Advertisment

ମୃତ୍ୟୁକୁ ଲୋଡ଼ା ନାହିଁ ଭିସା...ସଲମାନଙ୍କୁ ପୁଣି ହତ୍ୟା ଧମକ

ସଲମାନଙ୍କୁ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୁଲିସ ସଜାଗ ହୋଇ ପଡିଛି। ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦେଇଛି ପୁଲିସ।

author-image
Madhupriya Mistry
Salman Khan

Salman Khan

ଅପରାଧୀଙ୍କ ଟାର୍ଗେଟ୍‌ରେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌। ତାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଅନେକ ଥର ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ପୁଣି ତାଙ୍କୁ ପାଖକୁ ଧମକ ଭରା ମେସେଜ ଆସିଛି। ଏହାପରେ ମୁମ୍ବାଇ ପୁଲିସ ଆଲର୍ଟ ମୁଡ୍‌ ଆସିଯାଇଛି।

Advertisment

ସୂଚନା ମୁତାବକ, ଏଥର ଫେସ୍‌ବୁକ୍ ପୋଷ୍ଟ ମାଧ୍ୟମରେ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ରବିବାର ଦିନ ଲରେନ୍ସ ବିଷ୍ଣୋଇ ନାଁ ଥିବା ଏକ ସୋଶାଲ ମିଡିଆ ଆକାଉଣ୍ଟରୁ ସଲମାନଙ୍କୁ ଧମକ ଦିଆଯାଇଚଛି। ଧମକ ଦେଇଥିବା ବ୍ୟକ୍ତିଙ୍କ ପ୍ରୋଫାଇଲ୍‌ରେ ଲରେନ୍ସ ବିଷ୍ଣୋଇର ଫଟୋ ମଧ୍ୟ ଲାଗିଛି। ସଲମାନଙ୍କୁ ଦିଆଯାଇଥିବା ଏହି ଧମକରେ ଗାୟକ ଗିପ୍ପି ଗରେଓ୍ୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଫେସ୍‌ବୁକ୍‌ରେ ଦିଆଯାଇଥିବା ଧମକରେ ଗିପ୍ପି ଗରେଓ୍ୱାଲଙ୍କୁ ସମ୍ବୋଧିତ କରି କୁହାଯାଇଛି ଯେ, 'ତୁମେ ସଲମାନ ଖାନଙ୍କୁ ତୁମର ଭାଇ ବୋଲି ଭାବୁଛ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ତୁମର 'ଭାଇ' ଆସି ତୁମକୁ ବଞ୍ଚାଇବ।' ସେପଟେ ସଲମାନ ଖାନଙ୍କୁ ଧମକ ଦେଇ ଲେଖା ଅଛି ଯେ, 'ଭ୍ରାନ୍ତିରେ ରୁହ ନାହିଁ ଯେ ଦାଉଦ୍‌ ଆସି ତୁମକୁ ବଞ୍ଚାଇବ, କେହି ତୁମକୁ ବଞ୍ଚାଇ ପାରିବେ ନାହିଁ। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତୁମେ କିପରି ପ୍ରତିକ୍ରିୟା ଦେଇଥିଲ ତାହା ସମସ୍ତେ ଦେଖିଛନ୍ତି। ଏହା ଏକ ଟ୍ରେଲର ମାତ୍ର, ପୂରା ଫିଲ୍ମ ବାକି ଅଛି। ତୁମେ ଯେ କୌଣସି ଦେଶକୁ ଚାଲିଗଲେ ମଧ୍ୟ, ମନେରଖ ମୃତ୍ୟୁକୁ ଭିସା ଆବଶ୍ୟକ ପଡେ ନାହିଁ। ଏହା ନିଶ୍ଚିତ ଆସେ।'

Advertisment

ସଲମାନଙ୍କୁ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୁଲିସ ସଜାଗ ହୋଇ ପଡିଛି। ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦେଇଛି ପୁଲିସ। ଏଥିସହ ଅଭିନେତାଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ଏହି ପୋଷ୍ଟ କିଏ କରିଛି ଓ କେଉଁଠୁ ଆସିଛି। ଏହି ସୋଶାଲ ମିଡିଆ ଆକାଉଣ୍ଟ ଲରେନ୍ସ ବିଷ୍ଣୋଇର ନା ନାହିଁ ତାହା ଜାଣିବାକୁ ପୁଲିସ ଚେଷ୍ଟା ଜାରି ରହିଛି। ଲରେନ୍ସ ବିଷ୍ଣୋଇ ଏବେ ଜେଲ୍‌ରେ ଅଛି। ଯଦି ଏହି ସୋଶାଲ ମିଡିଆ ଆକାଉଣ୍ଟ ଲରେନ୍ସ ବିଷ୍ଣୋଇ ହୋଇଥାଏ ତେବେ ଏହାକୁ କିଏ ପରିଚାଳନା କରୁଛି, ଏହା ଜାଣିବା ପାଇଁ ପୁଲିସ ସୋଶାଲ ମିଡିଆ ପ୍ଲାଟଫର୍ମ ଲିଖିତ ଭାବେ ଜଣାଇ ଏହାର ଯାଞ୍ଚ କରିବାକୁ କହିଛି।

Lawrence Bishnoi Death Threat Salman Khan Bollywood News