Advertisment

ବିନା ଅନୁମତିରେ ଭିଡିଓ କରୁଥିଲେ ଫ୍ୟାନ୍‌, ରାଗିଗଲେ ସଲମାନ

ସୋଶାଲ ମିଡିଆରେ ଭାଇରାଲ ହେଉଛି ସଲମାନଙ୍କ ଏହି ଭିଡିଓ।

author-image
Madhupriya Mistry
Salman Khan

Salman Khan

ବଲିଉଡର ଭାଇଜାନ ସଲମାନ ଖାନ୍‌। ସେ ଯେତିକି ହ୍ୟାଣ୍ଡସମ୍‌ ସେତିକି ରାଗି। ଏଥିପାଇଁ ତାଙ୍କୁ ଏଙ୍ଗ୍ରି ମ୍ୟାନ୍‌ ବୋଲି କୁହାଯାଏ। ବହୁ ସମୟରେ ସେ ରିପୋର୍ଟର ହୁଅନ୍ତୁ ଅବା ଫ୍ୟାନ୍‌, ତାଙ୍କ ଉପରେ ରାଗି ଯାଇ ତାଙ୍କୁ ଦୁର୍ବ୍ୟହାର କରିଥିବା ନଜିର ରହିଛି। ଏବେ ପୁଣି ଥରେ ଦେଖିବାକୁ ମିଳିଛି ତାଙ୍କ ଏଙ୍ଗ୍ରି ଲୁକ୍‌। ଜଣେ ଫ୍ୟାନ୍‌ଙ୍କ ଉପରେ ସେ ରାଗି ଯାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରବିବାର ମୁମ୍ବାଇ ବିମାନ ବନ୍ଦରରେ ସଲମାନ ନଜର ଆସିଥିଲେ। ତେବେ ଏତିକି ବେଳେ ତାଙ୍କ ସହ ଜଣେ ଫ୍ୟାନ୍‌ ଲୁଚି ଛପି ତାଙ୍କର ଏକ ଭିଡିଓ ତିଆରି କରିବାକୁ ଚେଷ୍ଟା କରିଥିଲେ। ବାସ୍‌ ଏତିକିରେ ରାଗି ଯାଇଥିଲେ ଭାଇଜାନ।

ପ୍ରକୃତରେ ଅମୋଲ ବିଲାରୀ ନାମକ ଜଣେ ୟୁଜର୍‌ ଇନ୍‌ଷ୍ଟାଗ୍ରାମରେ ସମଲାନଙ୍କ ଏହି ଏଙ୍ଗ୍ରି ଲୁକ୍‌ର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ କଳା ରଙ୍ଗର ଶାର୍ଟ ପିନ୍ଧି ସଲମାନ ଖାନ୍‌ଙ୍କ ଜଣେ ଫ୍ୟାନ୍‌ ବିନା ଅନୁମତିରେ ତାଙ୍କର ଭିଡିଓ ତିଆରି କରୁଥିବା ନଜର ଆସିଛନ୍ତି। ସଲମାନ ନିଜ ସିକ୍ୟୁରିଟି ଗାର୍ଡଙ୍କ ସହ ବିମାନ ବନ୍ଦରରକୁ ବାହାରିଲା ବେଳେ ଏହି ଭିଡିଓ ତିଆରି କରିଛନ୍ତି।

Advertisment

ତେବେ ଏହା ଦେଖିବା ପରେ ବିନା ଅନୁମତିରେ ଭିଡିଓ ତିଆରି କରୁଥିବା ପ୍ରଶଂସକଙ୍କ ଉପରେ ସଲମାନ ଖାନ ରାଗି ଯାଉଛନ୍ତି। ତାଙ୍କୁ ତୁରନ୍ତ ଉକ୍ତ ଭିଡିଓକୁ ବନ୍ଦ କରିବାକୁ କହିଛନ୍ତି। ଏଥିସହ ସେହି ଭିଡିଓକୁ ଡିଲିଟ୍‌ କରିବାକୁ ସଲମାନ ପ୍ରଶଂସକଙ୍କୁ କହିଛନ୍ତି। ସଲମାନଙ୍କ ଏହି ଏଙ୍ଗ୍ରିଲୁକ୍‌ର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନେକ ୟୁଜର୍ସ ସଲମାନଙ୍କ ଏଭଳି ଆଚରଣକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। କେତେ ଜଣ ସେଲିବ୍ରିଟିଙ୍କ ବ୍ୟକ୍ତିଗତ କ୍ଷେତ୍ରରେ ହସ୍ତକ୍ଷେପ କରିଥିବାରୁ ପ୍ରଶଂସକଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟମାନେ ସଲମାନଙ୍କ ଏଗ୍ରେସିଭ୍‌ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Bollywood News Bollywood Salman Khan