‘ରାଧେ’ ରିଲିଜ୍ ପୂର୍ବରୁ ବଡ଼ ଅପିଲ୍ କଲେ ସଲମାନ୍ ଖାନ୍‌

ମୁମ୍ବାଇ: ସଲମାନ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ପ୍ରମୁଖ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ରିଲିଜ୍ ହେବ। ଏହି ଫିଲ୍ମକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ରିଲିଜ୍ ପୂର୍ବରୁ ସଲମାନ୍ ଖାନ୍ ଫ୍ୟାନଙ୍କୁ ବଡ଼ ଅନୁରୋଧ କରିଛନ୍ତି । ସଲମାନ୍ ନିଜ ଫ୍ୟାନଙ୍କୁ ‘ରାଧେ’କୁ ପ୍ଲାଟଫର୍ମରେ ଦେଖିବା ସହ ମନୋରଞ୍ଜନରେ ପାଇରେସୀ ନକରିବାକୁ ପାଇଁ […]

Salman-Khan

Ranjit Kumar Jena
  • Published: Wednesday, 12 May 2021
  • , Updated: 12 May 2021, 10:41 PM IST

ମୁମ୍ବାଇ: ସଲମାନ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ପ୍ରମୁଖ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ରିଲିଜ୍ ହେବ। ଏହି ଫିଲ୍ମକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ରିଲିଜ୍ ପୂର୍ବରୁ ସଲମାନ୍ ଖାନ୍ ଫ୍ୟାନଙ୍କୁ ବଡ଼ ଅନୁରୋଧ କରିଛନ୍ତି । ସଲମାନ୍ ନିଜ ଫ୍ୟାନଙ୍କୁ ‘ରାଧେ’କୁ ପ୍ଲାଟଫର୍ମରେ ଦେଖିବା ସହ ମନୋରଞ୍ଜନରେ ପାଇରେସୀ ନକରିବାକୁ ପାଇଁ କମିଟମେଣ୍ଟକରି ଏକ ଭିଡିଓ ଶେଆର୍ କରିଛନ୍ତି।

ସଲମାନ୍ ଭିଡିଓ ଜରିଆରେ କହିଛନ୍ତି, ଗୋଟିଏ ଫିଲ୍ମ ପ୍ରସ୍ତୁତ କରିବା ପାଇଁ କେତେ ଲୋକେ ପରିଶ୍ରମ କରୁଛନ୍ତି । କିନ୍ତୁ କିଛି ଲୋକେ ସେହି ଫିଲ୍ମକୁ ଦେଖିବା ପାଇଁ ପାଇରେସୀର ସହାୟତା ନିଅନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସଲମାନ୍ କହିଛନ୍ତି । ସଲମାନ୍ ମଧ୍ୟ ଫ୍ୟାନଙ୍କଠାରୁ ଏକ କମିଟମେଣ୍ଟ ମାଗିଛନ୍ତି । ସଲମାନ୍ ଫିଲ୍ମକୁ ଉଚିତ୍ ପ୍ଲାଟଫର୍ମରେ ଦେଖିବା ପାଇଁ ଅନୁରୋଧ କରିଛନ୍ତି ଏବଂ ପାଇରେସୀ ନକରିବାକୁ ଅପିଲ୍ କରିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ସଲମାନ୍ ଖାନଙ୍କ ସହ ଫିଲ୍ମରେ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’କୁ ସଲମାନ୍ ଫିଲ୍ମସ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି । ସଲମା ଖାନ୍‌, ସୋହେଲ ଖାନ୍ ଓ ରୀଲ୍ ଲାଇଫ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ଇଦ୍ ଅବସରରେ ଅର୍ଥାତ୍ ମେ’ ୧୩ ତାରିଖରେ ରିଲିଜ୍ ହେବ । ଫିଲ୍ମକୁ ଜୀ-୫ରେ ‘ପେ୍ ପର୍‌-ଭ୍ୟୁ ସର୍ଭିସ୍ ଜୀ ପ୍ଲେକ୍ସରେ ଦେଖି ହେବ ।

Related story