Advertisment

ପୁଣି ବିବାହ କଲେ ଅରବାଜ, ଭାଇବୋହୂଙ୍କ ସହ ନାଚିଲେ ସଲମାନ

ସଲମାନ ଖାନଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
Arbaaz Wedding

Arbaaz Wedding

Advertisment

ପୁଣି ବର ସାଜିଲେ ଅଭିନେତା ଅରବାଜ ଖାନ୍‌। ମଲାଇକାଙ୍କୁ ଛାଡପତ୍ର ଦେବା ପରେ ଭଉଣୀଙ୍କ ଘରେ କଲେ ଦ୍ୱିତୀୟ ବିବାହ। ସେ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ଶୌରା ଖାନ୍‌ଙ୍କ ହାତ ଧରିଛନ୍ତି। ମୁସ୍‌ଲିମ୍‌ ରୀତିନୀତି ଅନୁଯାୟୀ ଭଉଣୀ ଅର୍ପିତାଙ୍କ ଘରେ ଉଭୟଙ୍କ ନିକାହା ସମ୍ପର୍ଣ୍ଣ ହୋଇଛି। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ।

Advertisment

ଅରବାଜଙ୍କ ବିବାହରେ ଅନେକ ତାରକା ସାମିଲ ହୋଇଥିଲେ। ଭାଇଜାନ୍‌ ସାଲମାନ ଖାନ୍‌ ମଧ୍ୟ ଏହି ବିବାହରେ ଉପସ୍ଥିତ ଥିଲେ। ନିଜ ଭାଇର ବିବାହକୁ ନେଇ ସଲମାନ ବେଶ୍‌ ଖୁସି ଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ ସେ ନିଜ ନୂଆ ଭାଇବୋହୂଙ୍କ ସହ ମିଶି ଡ୍ୟାନ୍ସ ମଧ୍ୟ କରିଥିଲେ। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସଲମାନ ଭାଇବୋହୂ ଶୌରାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ସଲମାନ ଖାନ ଧୂସର ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧି ଭାଇ ଅରବାଜଙ୍କ ବିବାହରେ ପହଞ୍ଚିଥିଲେ। ସଲମାନ ଭାଇବୋହୂ ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କ ସହ ‘ଦିଲ ଦିଆ ଗାଲାଁ’ରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସଲମାନ ଖାନଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏହି ବିବାହରେ ଅରବାଜଙ୍କ ପୁଅ ଅରହାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ରିତେଶ ଦେଶମୁଖ, ଜିନିଲିଆ ଡି’ସୁଜା, ରବୀନା ଟଣ୍ଡନ, ଫରାହ ଖାନ, ସାଜିଦ ଖାନ ଏବଂ ବଲିଉଡ ଅନେକ ଷ୍ଟାର୍‌ ଏହି ବିବାହରେ ସାମିଲ ହୋଇଥିଲେ।

ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୌରାଙ୍କୁ ଭେଟିଥିଲେ। ଅଭିନେତା ପୂର୍ବରୁ ମଲାଇକା ଆରୋଡ଼ାଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେମାନେ ବିଚ୍ଛେଦ ଘୋଷଣା କରିଥିଲେ। ୨୦୧୭ ମେ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ବିବାହ ବିଚ୍ଛେଦ ହୋଇଥିଲା। ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା। 

Viral Video Bollywood News Salman Khan Arbaaz Khan Wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe