Advertisment

ବଲିଉଡରେ ଏଣ୍ଟ୍ରି କରିବେ ସଲମାନଙ୍କ ଭାଣିଜୀ!

ମୁମ୍ବାଇ: ବଲିଉଡରେ କୁଆଡ଼େ ଖୁବଶୀଘ୍ର ଏଣ୍ଟ୍ରି କରିବେ ଦବଙ୍ଗ ଖାନ୍‌ ସଲମାନଙ୍କ ଭାଣିଜୀ ଅଲିଜେହ। ଆଗାମୀ ଦିନରେ ସେ ବଲିଉଡର ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇପାରନ୍ତି। ଏକଥା ଆମେ ନୁହେଁ ବରଂ ତାଙ୍କ ଫଟୋଶୁଟ୍ ଦେଖି ଫ୍ୟାନମାନେ ଏଭଳି କହୁଛନ୍ତି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଅଲିଜେହ ତାଙ୍କ ଫଟୋଶୁଟ୍ କରିଛନ୍ତି। ଏହି ଫଟୋରେ ଅଲିହେଜଙ୍କ ବୋଲ୍ଡ ଆଉ କିଲର୍‌ ଲୁକ୍‌ ଦେଖିବାକୁ ମିଳିଛି। ସଲମାନ ଖାନଙ୍କ ଭାଣିଜୀ ଅଲିଜେହ […]

ଅଦ୍ୟତନ ହୋଇଛି
ବଲିଉଡରେ ଏଣ୍ଟ୍ରି କରିବେ ସଲମାନଙ୍କ ଭାଣିଜୀ!

alizeh-agnihotri

Advertisment

ମୁମ୍ବାଇ: ବଲିଉଡରେ କୁଆଡ଼େ ଖୁବଶୀଘ୍ର ଏଣ୍ଟ୍ରି କରିବେ ଦବଙ୍ଗ ଖାନ୍‌ ସଲମାନଙ୍କ ଭାଣିଜୀ ଅଲିଜେହ। ଆଗାମୀ ଦିନରେ ସେ ବଲିଉଡର ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇପାରନ୍ତି। ଏକଥା ଆମେ ନୁହେଁ ବରଂ ତାଙ୍କ ଫଟୋଶୁଟ୍ ଦେଖି ଫ୍ୟାନମାନେ ଏଭଳି କହୁଛନ୍ତି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

Advertisment

ନିକଟରେ ଅଲିଜେହ ତାଙ୍କ ଫଟୋଶୁଟ୍ କରିଛନ୍ତି। ଏହି ଫଟୋରେ ଅଲିହେଜଙ୍କ ବୋଲ୍ଡ ଆଉ କିଲର୍‌ ଲୁକ୍‌ ଦେଖିବାକୁ ମିଳିଛି। ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରି ବଲିଉଡର ଗ୍ଲାମର ଦୁନିଆ ଠାରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ଫଲୋଇଂ ଢେର ଅଧିକା।

ଅଲିଜେହ ନିକଟରେ ତାଙ୍କର କିଛି ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ବହୁତ ଲାଇକ୍ସ ଓ କମେଣ୍ଟ ମିଳିଛି। ସଲମାନ ଖାନଙ୍କ ଭଉଣୀ ଅଲଭିରା ଏବଂ ଅଭିନେତା-ନିର୍ମାତା ଅତୁଲ ଅଗ୍ନିହୋତ୍ରିଙ୍କ ଝିଅ ହେଉଛନ୍ତି ଅଲିଜେହ ଅଗ୍ନିହୋତ୍ରି। ଅଲିଜେହ ଶୀଘ୍ର ବଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ସେ ମଡେଲିଂ ଦୁନିଆରେ ପାଦ ରଖିଛନ୍ତି।

Advertisment

୨୦୨୯ ମସିହାରେ, ଅତୁଲ ଅଗ୍ନିହୋତ୍ରି ତାଙ୍କ ଝିଅ ଅଲିଜେହ ଅଗ୍ନିହୋତ୍ରିଙ୍କ ବଲିଉଡରେ ଡେବ୍ୟୁ କରିବା ବିଷୟରେ କହିଥିଲେ। ଏବେ ସେ କହିଛନ୍ତି, 'କିଛି କହିବା ଠିକ୍ ହେବନି। ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଜଣେ ବାପା ଭାବେ ମୋର ଏକମାତ୍ର ଇଚ୍ଛା ସେ ସର୍ବଦା ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହୁ। ସେ ନିଜର ବେଷ୍ଟ ପରଫରମାନ୍ସ ଦେଉ।'

ଅଲିଜେହ ଅଗ୍ନିହୋତ୍ରି ସୋଶାଲ ମିଡିଆରେ ବେଶ ସକ୍ରିୟ। ସେ ନିଜ ଜୀବନ ସହ ଜଡିତ ଅପଡେଟ୍‌ସ୍‌ ଫ୍ୟାନ୍‌ମାନଙ୍କ ସହ ଶେଆର କରନ୍ତି। ଏହା ବ୍ୟତୀତ, ଅଲିଜେହ ବେଳେବେଳେ ଅଜବଗଜବ ପୋଷ୍ଟ ସବୁ ଶେଆର କରନ୍ତି। ଯାହାକୁ ଦେଖି ଫ୍ୟାନ୍‌ମାନେ ଚିନ୍ତାରେ ପଡ଼ିଯାଆନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe