MS Dhoni Birthday
ଟିମ୍ ଇଣ୍ଡିଆ ପୂର୍ବତନ କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନି। ଆଜିଙ୍କ ୪୩ ତମ ଜନ୍ମ ଦିନ। ମାହିଙ୍କୁ ଜନ୍ମଦିନ ଅବସରରେ ମିଳିଛି ବଡ଼ ସର୍ପ୍ରାଇଜ୍। ମାହିଙ୍କ ମିଡ୍ ନାଇଟ୍ ବାର୍ଥ ଡେ' ସେଲିବ୍ରେସନ୍ରେ ବଲିଉଡର ଭାଇଜାନ ଯୋଗ ଦେଇଛନ୍ତି। ସେ ସଲମାନଙ୍କ ସହ ନିଜ ଜନ୍ମଦିନ ପାଳିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି।
ଗତକାଲି ବିଳମ୍ବିତ ରାତିରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସାଙ୍ଗ ତଥା କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ୪୩ ତମ ଜନ୍ମଦିନ ପାଳନ କରିଥିଲେ। ସେ ଧୋନିଙ୍କ ମିଡ୍-ନାଇଟ୍ ବାର୍ଥ-ଡେ' ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ଧୋନି ନିଜ ବାର୍ଥଡେ କାଟିବା ସହ ସଲମାନଙ୍କୁ ଖୁଆଇ ଥିଲେ। ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ସେପଟେ ସୋସିଆଲ ମିଡିଆରେ ଧୋନିଙ୍କ ଜନ୍ମଦିନ ଅବସରରେ ସଲମାନ ଏକ ସୁନ୍ଦର ନୋଟ୍ ମଧ୍ୟ ସେୟାର କରିଛନ୍ତି। ସଲମାନ ଏଥିରେ 'ହାପି ବାର୍ଥ ଡେ' କ୍ୟାପଟେନ୍ ସାହାବ' ବୋଲି ଲେଖିଛନ୍ତି।
This clip is going to break internet!
Salman Khan × MS Dhoni ❤#HappyBirthdayMSDhoni
pic.twitter.com/HMeFiymdUo— ` (@WorshipDhoni) July 6, 2024
ସେହିପରି ଧୋନି ନିଜ ବାର୍ଥ ଡେ' କେକ୍ କାଟିବା ବେଳର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏଥିରେ ଜନ୍ମଦିନ ପାଳନ ବେଳେ ପତ୍ନୀ ସାକ୍ଷୀ ସ୍ୱାମୀ ଏମ୍ଏସ୍ ଧୋନିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି।
କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି କମିନି ମାହିଙ୍କ କ୍ରେଜ୍। ଭାରତୀୟ ଟିମ୍ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପୂରା ଦେଶରେ ଜୋରଦାର ଫ୍ୟାନ୍ ପଲୋଇଂ ଅଛନ୍ତି। ମାହି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଘର କରି ରହିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
