Advertisment

ବିଗ୍‌ ବସ୍‌ ପାଇଁ ସଲମାନଙ୍କ ଫିସ୍‌ ୨ଶହ କୋଟି !

ବିଗ୍‌ ବସ୍‌ର ପ୍ରିମିୟମ ପରି ଏଥର ବି ସଲମାନଙ୍କ ଫିସ୍‌ ହଟ୍‌ ଗସିପ ପାଲଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍‌ ବସ୍‌ ସିଜନ-୧୭ ପାଇଁ ଭାଇଜାନଙ୍କୁ ମିଳିଛି ମୋଟା ଅଙ୍କର ଫିସ୍‌।

Salman Khan

Salman Khan

Advertisment

ପୁଣି ଥରେ ବିଗ୍‌ ବସ୍‌ ଘରେ ଦେଖିବାକୁ ମିଳିବ ସଲମାନଙ୍କ ଦବଙ୍ଗଗିରି। ବଲିଉଡର ଭାଇଜାନ ନେବେ ବିଗ ବସ୍‌ ଘରର ପ୍ରତିଯୋଗିଙ୍କ କ୍ଲାସ୍‌। ଆଉ ମାତ୍ର ୩ ଦିନ । ପରଦାରେ ଦେଖିବାକୁ ମିଳିବ ବିଗ୍‌ବସ୍‌ର ଯାଦୁ। ଆଉ ଏହାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ଦବଙ୍ଗ ଖାନ । ଏଥର ବି ସଲମାନ ସାଜିବେ ବିଗ ବସ୍‌ ହୋଷ୍ଟ ।

Advertisment

ବିଗ୍‌ ବସ୍‌ର ପ୍ରିମିୟମ ପରି ଏଥର ବି ସଲମାନଙ୍କ ଫିସ୍‌ ହଟ୍‌ ଗସିପ ପାଲଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍‌ ବସ୍‌ ସିଜନ-୧୭ ପାଇଁ ଭାଇଜାନଙ୍କୁ ମିଳିଛି ମୋଟା ଅଙ୍କର ଫିସ୍‌।

ଚଳିତ ସିଜିନରେ ସପ୍ତାହ ପିଛା ସଲମାନ ୧୨ କୋଟି ଚାର୍ଜ କରିଥିବା ଜଣାଯାଇଛି। ତେଣୁ ଏପିସୋଡ ପିଛା ସେ ୬ କୋଟି ଚାର୍ଜ କରୁଥିବା ଅନୁମାନ କରାଯାଉଛି।

Advertisment

ଖବର ଅନୁଯାୟୀ, ଚଳିତ ସିଜିନ ହୋଷ୍ଟ କରିବାକୁ ବିଗ୍‌ ବସ୍‌ଙ୍କଠାରୁ ସଲମାନ ୨ଶହ କୋଟି ଚାର୍ଜ କରିଛନ୍ତି। ହେଲେ ସଲମାନ ଏହାକୁ କନଫର୍ମ କରି ନାହାନ୍ତି।

ବିଗ୍‌ ବସ୍‌ ୧୬ ପାଇଁ ସଲମାନ ହଜାରେ କୋଟି ନେଇଥିବା ଚର୍ଚ୍ଚା ହେଉଥିଲା। ମାତ୍ର ଏହାକୁ ସଲମାନ ଅସ୍ୱୀକାର କରିବା ସହ ପୂରା ଲାଇଫ୍‌ରେ ଏତେ ମିଳିବନି ବୋଲି କହିଥିଲେ।

ସଲମାନ ଟିଭିର ମୋଷ୍ଟ ପପୁଲାର ହୋଷ୍ଟ । ତାଙ୍କ ଷ୍ଟାଇଲ ଟିକେ ଭିନ୍ନ ହୋଇଥିବା ବେଳେ ଭାରତର ଟପ୍‌ ଚାର୍ଜ କରୁଥିବା ହୋଷ୍ଟଙ୍କ ମଧ୍ୟରୁ ସେ ଅନ୍ୟତମ ।

ସଲମାନଙ୍କ ଶୋ’କୁଭ ଭଲ ଟିଆରପି ମିଳିଥାଏ। ଦର୍ଶକଙ୍କ ପାଇଁ ବିଗ୍‌ ବସ୍‌ ଅର୍ଥ ସଲମାନ ଖାନ । ସେଥିପାଇଁ ଏହି ସିଜନ୍‌ ପ୍ରତିବର୍ଷ ହିଟ୍‌ ହେଉଥିବା ବେଳେ ବିଗ ବଗ ବି ସଲମାନଙ୍କୁ ହାତଖୋଲା ଫିସ୍‌ ଦେଇଥାନ୍ତି।

Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe