Firecrackers Burst In Theater
ଗତକାଲି ଦୀପାବଳି ଅବସରରେ ରିଲିଜ୍ ହୋଇଛି ସଲମାନ ଖାନଙ୍କ ଅଭିନୀତ 'ଟାଇଗର 3'। ପାର୍ବଣର ମାହୋଲ ମଧ୍ୟରେ ଭାଇଜାନଙ୍କ ଫିଲ୍ମ ଫ୍ୟାନଙ୍କୁ ମତୁଆଲା କରିଦେଇଛି। ଫ୍ୟାନ୍ସ ଏପରି ମତୁଆଲା ହୋଇଯାଇଛନ୍ତି ଯେ ସିନେମା ହଲ୍ ଭିତରେ ବାଣ ଫୁଟାଇଛନ୍ତି।
ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ସମୟରେ କିଛି ଦର୍ଶକ ହଠାତ୍ ବାଣ ଫୁଟାଉଥିବା ଭିଡିଓ ଭାଇରାଲ୍ ହେଉଛି। ହାଉସ୍ ଫୁଲ୍ ଥିବା ସିନେମା ହଲରେ ଢୋ, ଢା ଶବ୍ଦ ଶୁଣି ଅନ୍ୟ କିଛି ଦର୍ଶକ ଭୟରେ ଏଣେତେଣେ ଦୌଡି ପଳାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର ନାଶିକ୍ ଜିଲ୍ଲା ମାଲେଗାଓଁର ମୋହନ ସିନେମା ହଲ୍ ଭିତରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ।
ଏହି ସମୟର ଭିଡିଓ ସୋଶାଲ୍ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଛି। କେବଳ ମାଲେଗାଓଁ କାହିଁକି ଦେଶର ବିଭିନ୍ନ ସିନେମା ହଲ୍ ଭିତରେ ବି ବାଣ ଫୁଟା ଯାଇଛି।
ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ 'ଟାଇଗର 3' ଏକ ଆକ୍ସନ୍ ଥ୍ରିଲର୍। ଏହା ହେଉଛି 2017ରେ ମୁକ୍ତିଲାଭ କରିଥିବା 'ଟାଇଗର ଜିନ୍ଦା ହୈ'ର ସିକ୍ୱେଲ। ସିନେମାନେ ସଲମାନ ଖାନ, କ୍ୟାଟ୍ରିନା କୈଫ୍, ଇମରାନ ହାଶମୀଙ୍କ ସମେତ ରେଭାଥୀ, ସିମରନ୍, ରିଦ୍ଧି ଡୋଗ୍ରା, ବିଶାଲ ଜେଟୱା, କୁମୁଦ ମିଶ୍ରା, ରଣଭୀର ଶୋରେ ଏବଂ ଆମୀର ବଶୀର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଆଦିତ୍ୟ ଚୋପ୍ରା, ଚିତ୍ରନାଟ୍ୟ ଶ୍ରୀଧର ରାଘବନ୍ ଏବଂ ଆଙ୍କୁର ଚୌଧୁରୀ ସଂଳାପ ଲେଖିଛନ୍ତି। ଗୀତଗୁଡ଼ିକ ପ୍ରୀତମ ରଚନା କରିଥିବା ବେଳେ ଅରିଜିତ ସିଂହ କଣ୍ଠଦାନ କରିଛନ୍ତି। ରିଲିଜର ପ୍ରଥମ ଦିନରେ 44 କୋଟି ଆୟ କରିଛି 'ଟାଇଗର 3'।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us