Advertisment

ସଲମାନଙ୍କ ବାପାଙ୍କୁ ପୁଣି ଧମକ- ଲରେନ୍ସ ଗ୍ୟାଙ୍ଗକୁ ପଠାଇବି କି?

ସ୍କୁଟିରେ ଆସି ଜଣେ ବୁର୍ଖା ପିନ୍ଧା ମହିଳା ସଲିମ ଖାନ୍‌ଙ୍କୁ ଧମକ ଦେଇଛନ୍ତି।

Salim and Salman Khan

Salim and Salman Khan

Advertisment

ଲରେନ୍ସ ଗ୍ୟାଙ୍ଗଙ୍କ ଟାର୍ଗେଟ୍‌ରେ ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛନ୍ତି ଗ୍ୟାଙ୍ଗଷ୍ଟର। ଏପରିକି ତାଙ୍କ ଘର ଉପରକୁ ଗୁଳିମାଡ଼ ମଧ୍ୟ ହୋଇଛି। ଏହାରି ଭିତରେ ପୁଣି ଥରେ ତାଙ୍କ ବାପା ସଲିମ ଖାନ୍‌ଙ୍କୁ ମିଳିଛି ଧମକ। ସଲମାନଙ୍କ ପରିବାରକୁ ପୁଣି ଥରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଣ୍ଣୋଇ ଡରାଇବାକୁ ଚେଷ୍ଟା କରିଛି।

Advertisment

ପ୍ରତିଦିନ ଭଳି ବୁଧବାର ତଥା ସେପ୍ଟେମ୍ବର ୧୮ ତାରିଖ ସକାଳେ ମଧ୍ୟ ସଲିମ ଖାନ୍‌ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ। ଯେତେବେଳେ ସେ ଚୌକିରେ ବସିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଯାଉଥିଲେ ଏବଂ ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ। ସେ ଏକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସିଥିଲେ। ଆଉ ପଚାରି ଥିଲେ ମୁଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ପଠାଇବି କି?

ଏହି ଧମକ ମିଳିବା ପରେ ପୁଲିସରେ ଅଭିଯୋଗ ହୋଇଛି। ପୁଳିସ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଯେଉଁ ସ୍କୁଟି ଆସି ସଲମି ଖାନଙ୍କୁ ଦୁଇ ଜଣ ଧମକ ଦେଇଥିଲେ ତା'ର ନମ୍ବର ୭୪୪୪ ଥିଲା। ଏବେ ସ୍କୁଟି ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।

Advertisment

ସଲମାନ ଖାନ୍‌ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି। ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତା ସହରରେ ନଥିବା ସମୟରେ ତାଙ୍କ ବାପା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇର ଏଭଳି ଧମକ ଭାଇଜାନଙ୍କ ଫ୍ୟାନ୍‌ମାନଙ୍କୁ ଚିନ୍ତିତ କରି ଦେଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ବହୁ ଥର ସଲମାନ ଓ ତାଙ୍କ ପରିବାରକୁ ଧମକ ମିଳି ସାରିଛି।

ବହୁ ବର୍ଷ ହେଲା ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଭାରତ ଓ କାନାଡାର ଓ୍ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଗୋଲ୍ଡ ବ୍ରାର ସଲମାନଙ୍କୁ ହତ୍ୟା କରିବାକୁ ଅନେକ ଥର ଘୋଷଣା କରିଛନ୍ତି। ତେବେ ତାଙ୍କର ଏହି ଷଡଯନ୍ତ୍ର ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଏମାନେ ମୁମ୍ବାଇରେ ସଲମାନଙ୍କୁ ଆକ୍ରମଣ କରିବାକୁ ତାଙ୍କ ସୁଟରମାନଙ୍କୁ ମଧ୍ୟ ପଠାଇଥିଲେ।

Bollywood Salman Khan Salim Khan Gets Fresh Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe