Advertisment

ସଲମାନଙ୍କ ଘର ଉପରକୁ ଗୁଳି ମାଡ଼ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି।

Salman Khan

Salman Khan

Advertisment

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ମାମଲାରେ ଧରା ପଡିଲା ଆଉ ଜଣେ ଅଭିଯୁକ୍ତ। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସ ରାଜସ୍ଥାନରୁ ୫ମ ଅଭିଯୁକ୍ତକୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି।

Advertisment

ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଲା ମହମ୍ମଦ ଚୌଧରୀ। ସେ ଶୁଟର୍‌ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଟଙ୍କା ଦେବା ଓ ସଲମାନଙ୍କ ଘରର ରେକି କରୁଥିବା ଅଭିଯୋଗ ରହିଛି। ଗିରଫ ପରେ ଅଭିଯୁକ୍ତ ମହମ୍ମଦକୁ ରାଜସ୍ଥାନରୁ ମୁମ୍ବାଇ ଅଣାଯାଉଛି। ତାଙ୍କୁ ଆଜି କ୍ରାଇମବ୍ରଞ୍ଚ କୋର୍ଟରେ ହାଜର କରିବା ସହ ତାକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ।

ନିକଟରେ ସଲମାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଅଭିଯୁକ୍ତ ଅନୁଜ ଥାପନ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିଲା। ଶୁଟର୍‌ମାନଙ୍କୁ ବନ୍ଧୁକ ଯୋଗାଇଥିବା ନେଇ ଅନୁଜ ନାଁରେ ଅଭିଯୋଗ ହୋଇଥିଲା।

Advertisment

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ୍ ଜେଲ୍‌ ଭିତରେ ଏକ ବେଡ୍‌ସିଟ୍‌ ଜରିଆରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା। ରାତିରେ ଶୋଇବା ପାଇଁ ଅଭିଯୁକ୍ତକୁ ଏକ ବେଡ୍‌ସିଟ୍‌ ବା ଚାଦର ଦିଆଯାଇଥିଲା। ତେବେ ରୁଟିନ୍‌ ଯାଞ୍ଚ ବେଳେ ପୁଲିସ୍ ଟିମ୍ ଯେତେବେଳେ ସକାଳେ ବ୍ୟାରେକ୍‌ରେ ପହଞ୍ଚିଥିଲା ସେତେବେଳେ ସେଠାରେ ଅନୁଜ ଚେତାଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସ ଅଭିଯୁକ୍ତ ଅନୁଜ ଥାପନଙ୍କୁ ଜିଟି ହସ୍ପିଟାଲକୁ ନେଇଥିଲା। ସେଠାରେ ଚିକିତ୍ସା ସମୟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା।

କହିରଖୁ ଯେ, ଏପ୍ରିଲ ୧୪ ତାରିଖ ସକାଳୁ ସଲମାନ ଖାନ୍‌ଙ୍କ ବାନ୍ଦ୍ରା ସଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଦୁଇ ଜଣ ବ୍ୟକ୍ତି ବାଇକ୍‌ରେ ଆସି ଗୁଳିମାଡ କରିଥିଲେ। ଏହାପରେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ଏପ୍ରିଲ ୧୬ ତାରିଖଣେ ଗୁପ୍ତା ଓ ପାଲକୁ ଗୁଜରାଟର ଭୁଜ୍‌ରୁ ଗିରଫ କରିଥିଲା। ଗୁପ୍ତା ବାଇକ୍ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘର ଉପରକୁ ଗୁଳିମାଡ କରିଥିବା ପୁଲିସ କହିଥିଲା।

Salman Khan House Firing Case Mumbai Police Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe