Advertisment

କଥା ରଖିଲେ ସଲମାନ୍‌

ମୁମ୍ବାଇ: କଥା ଦେଇ କଥା ରଖିଲେ ବଲିଉଡର ଭାଇଜାନ୍ ସଲମାନ୍  ପୂରଣ କଲେ ଦେଇଥିବା ପ୍ରତିଶ୍ରୁତି। ସେ ଯାହା କହନ୍ତି, ତାହା କରି ଦେଖାନ୍ତି । ଥରେ କମିଟମେଣ୍ଟ କରିଛନ୍ତି ମାନେ ତା’ପରେ ସେ ନିଜ କଥା ବି ଶୁଣନ୍ତି ନାହିଁ। ଏବେ ମଧ୍ୟ ସେମିତି କିଛି ଦେଇଥିବା କଥା ରଖିଛନ୍ତି ସଲମାନ। କରୋନା ସମୟରେ ସଲମାନଙ୍କ ଉଦାର ହୃଦୟ ଓ ପ୍ରତିଶ୍ରୁତି ପାଳନ ବଲିଉଡର ଅନ୍ୟ ଷ୍ଟାରମାନଙ୍କ ପାଇଁ ଉଦାହରଣ ପାଲଟିଛି। ସାରା ଦେଶରେ କରୋନାର […]

ଅଦ୍ୟତନ ହୋଇଛି
କଥା ରଖିଲେ ସଲମାନ୍‌

salman

Advertisment

ମୁମ୍ବାଇ: କଥା ଦେଇ କଥା ରଖିଲେ ବଲିଉଡର ଭାଇଜାନ୍ ସଲମାନ୍  ପୂରଣ କଲେ ଦେଇଥିବା ପ୍ରତିଶ୍ରୁତି। ସେ ଯାହା କହନ୍ତି, ତାହା କରି ଦେଖାନ୍ତି । ଥରେ କମିଟମେଣ୍ଟ କରିଛନ୍ତି ମାନେ ତା’ପରେ ସେ ନିଜ କଥା ବି ଶୁଣନ୍ତି ନାହିଁ। ଏବେ ମଧ୍ୟ ସେମିତି କିଛି ଦେଇଥିବା କଥା ରଖିଛନ୍ତି ସଲମାନ। କରୋନା ସମୟରେ ସଲମାନଙ୍କ ଉଦାର ହୃଦୟ ଓ ପ୍ରତିଶ୍ରୁତି ପାଳନ ବଲିଉଡର ଅନ୍ୟ ଷ୍ଟାରମାନଙ୍କ ପାଇଁ ଉଦାହରଣ ପାଲଟିଛି।

Advertisment

ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଲମ୍ଫ ମାରି ଚାଲିଛି। ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ୍ ଜାରି ରହିଛି। ମାୟାନଗରୀ ମୁମ୍ବାଇରେ ମଧ୍ୟ ଲାଗି ରହିଛି ସମାନ ସ୍ଥିତି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଲକ୍‌ଡାଉନ୍ ଲଗାଇଛନ୍ତି ଠାକରେ ସରକାର। ଏଭଳି ସ୍ଥିତିରେ କୋଭିଡ କଟକଣା ଯୋଗୁଁ ବନ୍ଦ ହୋଇପଡିଛି ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ। ସୁଟିଂ ବନ୍ଦ ରହିିଛି, ଆଉ ହାତ ବାନ୍ଧି ବସିଛନ୍ତି କଳାକାର। କେବଳ କଳାକାର ନୁହନ୍ତି, ସୋମନାଙ୍କ ଟେକ୍‌ନ୍‌ସିଆନ୍‌, ମେକ୍‌ଅପ୍ ଆର୍ଟିଷ୍ଟ ଓ ୟୁନିଟ୍‌ର ପ୍ରାୟ ସମସ୍ତ କର୍ମଚାରୀଙ୍କ ରୋଜଗାର ଠପ୍ ହୋଇଯାଇଛି। ସିନେ ଇଣ୍ଡଷ୍ଟ୍ରୀର ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସେମାନଙ୍କ ବଜରଙ୍ଗୀ ଭାଇଜାନ।

କିଛି ଦିନ ତଳେ ୨୫ ହଜାର ସିନେ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସଲମାନ । ଦେଇଥିବା ପ୍ରତିଶ୍ରୁତିକୁ ଏବେ ପାଳନ କରିଛନ୍ତି ସେ। ସମସ୍ତ ୨୫ ହଜାର କର୍ମଚାରୀଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏଁ ପଠାଇଛନ୍ତି ସଲମାନ୍। ଏନେଇ ସ୍ପଷ୍ଟ କରିଛନ୍ତି FWICE ପ୍ରେସିଡେଣ୍ଟ ବି.ଏନ୍ ତିୱାରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe