Advertisment

ସଲମାନଙ୍କୁ ପୁଣି ଧମକ, ମାଗିଲେ ୫ କୋଟି

ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ହ୍ୱାଟସ୍‌ ଆପ୍ ନମ୍ବରରେ ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଏକ ଧମକପୂର୍ଣ୍ଣ ମେସେଜ ଆସିଛି।

author-image
Madhupriya Mistry
Salman Khan

Salman Khan

ବଲିଉଡର ଭାଇଜାନ ତଥା ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ତାଙ୍କୁ ଜୀବନରେ ମାରିଦେବାକୁ ମିଳିଛି ଧମକ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ମିଳିଛି ଧମକ। କେବଳ ସେତିକି ନୁହେଁ ୫ କୋଟି ଟଙ୍କା ମଧ୍ୟ ମଗାଯାଇଛି।

Advertisment

ସୂଚନା ମୁତାବକ, ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ହ୍ୱାଟସ୍‌ ଆପ୍ ନମ୍ବରରେ ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଏକ ଧମକପୂର୍ଣ୍ଣ ମେସେଜ ଆସିଛି। ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ପଠାଯାଇଥିବା ମେସେଜରେ କୁହାଯାଇଛି ଯେ 'ମୁଁ ଲରେନ୍ସ ବିଷ୍ଣୋଇର ଭାଇ କହୁଛି। ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ ଅଥବା ୫ କୋଟି ଟଙ୍କା ଦିଅନ୍ତୁ। ଏପରି ନ କଲେ ଜୀବନରେ ମାରିଦେବୁ। ଆମ ଗ୍ୟାଙ୍ଗ ଏବେବି ସକ୍ରିୟ ଅଛି।'

ପୁଲିସର କହିବା ଅନୁସାରେ ଏହି ଧମକପୂର୍ଣ୍ଣ ମେସେଜ ଗତକାଲି ରାତିରେ ଆସିଛି। ବିଳମ୍ବିତ ରାତିରେ କଣ୍ଟ୍ରୋଲ ରୁମ୍‌ରେ କାମ କରୁଥିବା ଅଧିକାରୀମାନେ ଏହି ମେସେଜ ଦେଖିଥିଲେ। ତେବେ କିଏ ଏହି ଧମକପୂର୍ଣ୍ଣ ମେସେଜ ପଠାଇଛି ତାକୁ ପୁଲିସ ବର୍ତ୍ତମାନ ଖୋଜୁଛି।

Advertisment

ସଲମାନ ଖାନଙ୍କୁ ଏହା ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ମିଳିଥିଲା। ସନ୍ଦିଗ୍ଧ ଗ୍ୟାଙ୍ଗର ସଦସ୍ୟ ଚଳିତ ବର୍ଷ ଏପ୍ରିଲରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଗୁଳି ମାଡ଼ କରିଥିଲେ। କିଛି ମାସ ପୂର୍ବେ ନବି ମୁମ୍ବାଇ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚଳାଇଥିବା ପର୍ଦ୍ଦାଫାଶ କରିଥିଲା। ଯାହା ପରେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

Salman Khan Mumbai Police Death Threat Lawrence Bishnoi Gang