Advertisment

ଭାଇଜାନ ଆଶ୍ୱସ୍ତ, ମାମଲା ଖାରଜ କଲେ ହାଇକୋର୍ଟ

୨୦୧୯ ମସିହାରେ ଭାଇଜାନ ଅଶୋକ ପାଣ୍ଡେ ନାମକ ସାମ୍ବାଦିକଙ୍କୁ ସଲମାନ ଖାନ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ୪ ବର୍ଷ ପରେ ଆଶ୍ୱସ୍ତ ହୋଇଛନ୍ତି ଦବଙ୍ଗ ଖାନ୍‌ ।

Salman Khan

Salman Khan

Advertisment

ବଲିଉଡ ତାରକା ସଲମାନ ଖାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ଧେରୀ ମେଟ୍ରୋପଲିଟନ କୋର୍ଟ ଦ୍ୱାରା ଜାରି ସମନକୁ ହାଇକୋର୍ଟ ଖାରଜ କରି ସଲମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

Advertisment

୨୦୧୯ ମସିହାରେ ଭାଇଜାନ ଅଶୋକ ପାଣ୍ଡେ ନାମକ ସାମ୍ବାଦିକଙ୍କୁ ସଲମାନ ଖାନ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଜଷ୍ଟିସ ଭାରତୀ ଡାଙ୍ଗରେ ଏହି ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।

ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀରେ ସଲମାନ ଖାନଙ୍କ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ ।  ଏହା ଦେଖିବା ପରେ  ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ଅଶୋକ ପାଣ୍ଡେଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଶୋକ ପାଣ୍ଡେ ସଲମାନ ଖାନଙ୍କ ବିରୋଧରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

୨୦୧୯ରେ ଘଟିଥିବା ଉକ୍ତ ବିବାଦ ସମ୍ପର୍କରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କୁ ୨୨ ମାର୍ଚ୍ଚ ୨୦୨୨ରେ ସମନ କରିଥିଲେ। ଏହି ମାମଲାରେ ସଲମାନଙ୍କ ବିରୋଧରେ ୫୦୪ ଓ ୫୦୬ ଧାରାରେ ମାମଲା ରୁଜୁ ହୋଇଥିଲା। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ସଲମାନ ଖାନ କୋର୍ଟରେ ହାଜର ନ ହେବାକୁ ଗୁହାରି କରିଥିବା ବେଳେ ତାହାକୁ କୋର୍ଟ ଗ୍ରହଣ କରି ନେଇଥିଲେ।

ଏହାପରେ ଏହି ମାମଲାକୁ ଖାରଜ କରିବା ନିମନ୍ତେ ସଲମାନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଆଜି ଖାରଜ କରି ଦିଆ ଯାଇଥିବାରୁ ଭାଇଜାନ ଆଶ୍ୱସ୍ତ ହୋଇଛନ୍ତି। 

Bollywood News Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe