Advertisment

ଅଭିନେତ୍ରୀଙ୍କ ଉପରେ ଭାଇଜାନଙ୍କ କଡ଼ା ନଜର, ଜାରି କରିଛନ୍ତି ଏପରି ନିୟମ

ସଲମାନଙ୍କ ସେଟ୍‌ରେ ରହିଛି ସ୍ପେଶାଲ ନିୟମ । ଏହାକୁ ମାନିବାକୁ ସମସ୍ତେ ବାଧ୍ୟ। ନଚେତ ଦେଖିବାକୁ ପଡ଼ିପାରେ ଦବଙ୍ଗ ଖାନଙ୍କ ଦବଙ୍ଗଗିରି ।

author-image
Niharika Rout
Salman Khan

Salman Khan

ସଲମାନଙ୍କ ସେଟ୍‌ରେ ରହିଛି ସ୍ପେଶାଲ ନିୟମ । ଅଭିନେତ୍ରୀଙ୍କ ଡ୍ରେସକୋର୍ଡ ନେଇ ଭାଇଜାନ ଲାଗୁ କରିଛନ୍ତି କଡ଼ା ନିୟମ । ଆଉ ଏହାକୁ ମାନିବାକୁ ସମସ୍ତେ ବାଧ୍ୟ। ନଚେତ ଦେଖିବାକୁ ପଡ଼ିପାରେ ଦବଙ୍ଗ ଖାନଙ୍କ ଦବଙ୍ଗଗିରି ।

Advertisment

ପୂର୍ବରୁ ସଲମାନ ଖାନଙ୍କ ଦବଙ୍ଗଗିରି ବିଷୟରେ ସମସ୍ତଙ୍କୁ ଜଣାଥିବା ବେଳେ ଏବେ ପଦାକୁ ଆସିଛି ତାଙ୍କର ଅନ୍ୟ ରୂପ । ସେଟ୍‌ରେ ଉପସ୍ଥିତ ମହିଳା, ଯୁବତୀ ଯେପରି ହଇରାଣ ନ ହେବେ, କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ନ ହେବେ ସେଥିପାଇଁ ସଲମାନ ଜାରି କରିଛନ୍ତି କଡ଼ା ନିୟମ ।

ଅର୍ଥାତ ସେଟ୍‌ରେ ଉପସ୍ଥିତ ଅଭିନେତ୍ରୀ ତଥା ଅନ୍ୟମାନେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଉଥିବା ଡ୍ରେସ୍‌ ପିନ୍ଧିବାକୁ ବାଧ୍ୟ ବୋଲି ରହିଛି ସଲମାନଙ୍କ ଅଘୋଷିତ ନିୟମ । ଅର୍ଥାନ ଭାଇଜାନଙ୍କ ସେଟ୍‌ରେ ସମସ୍ତେ ନେକ୍‌ଲାଇନ୍‌ ପର୍ଯ୍ୟନ୍ତ ଡ୍ରେସ୍‌ ପିନ୍ଧିବାକୁ ବାଧ୍ୟ । ଏହାର ଖୁଲାସା କରିଛନ୍ତି ସଲମାନଙ୍କ ନୂଆ ଫିଲ୍ମ ‘କିସି କି ଭାଇ କିସି କି ଜାନ’ ରେ ଡେବ୍ୟୁ କରୁଥିବା ଅଭିନେତ୍ରୀ ପଲକ ତିୱାରୀ।

Advertisment

ଶ୍ୱେତା ତିୱାରୀଙ୍କ ଲାଡଲୀ ପଲକ ପୂର୍ବରୁ ସୋଶାଲ ମିଡିଆର ଜଣେ ପପୁଲାର ଷ୍ଟାର ପାଲଟି ସାରିଥିବା ବେଳେ ଏବେ ସେ ବଡ଼ ପରଦାରେ ସଲମାନଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ଆଗରେ ଖୁଲାସା କରି ସେ କହିଛନ୍ତି, ସଲମାନଙ୍କ ସେଟ୍‌ରେ ଲାଗୁ ହୋଇଥିବା ନିୟମ ବିଷୟରେ କେହି ଜାଣି ନାହାନ୍ତି। ସବୁ ଯୁବତୀ ଯେପରି ଠିକ୍‌ ଭାବେ ଡ୍ରେସ୍‌ ପିନ୍ଧିବେ ସେଥିପ୍ରତି ଭାଇଜାନ ବେଶ୍‌ କଡ଼ା ନଜର ରଖିଥାନ୍ତି ।

ପଲକ କହିଛନ୍ତି, ସଲମାନ ସାର୍‌ଙ୍କ ସେଟ୍‌କୁ ଫୁଲ ଡ୍ରେସ ପିନ୍ଧି ଯିବାକୁ ପଡ଼ିଥାଏ। ମାତ୍ର ଏହା ଦେଖି କୁଆଡ଼େ ଯାଉଛ ବୋଲି ମୋ’ ମା’ ମୋତେ ପଚାରିବାରୁ ସବୁ କଥା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଥିସହ ସେ କହିଛନ୍ତି, ସଲମାନ ଜଣେ ପାରମ୍ପରିକ ମୂଲ୍ୟବୋଧକୁ ଜାବୁଡ଼ି ଧରିଥିବା ମଣିଷ। ତାଙ୍କ ସହ କାମ କରୁଥିବା ସବୁ ମହିଳା ଓ ଯୁବତୀ କମ୍ଫଟେବୁଲ ଅନୁଭବ କରନ୍ତୁ ବୋଲି ସେ ଚାହାନ୍ତି। ଅଭିନେତ୍ରୀଙ୍କ ଆଖପାଖରେ ଲୋକ ଗହଳି ହୋଇଗଲେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିନିମନ୍ତେ ସେ ଅଧିକ ସଜାଗ । ତେଣୁ  ମହିଳାମାନେ ସବୁବେଳେ ସୁରକ୍ଷିତ ରୁହନ୍ତୁ ବୋଲି ଚାହାନ୍ତି ଭାଇଜାନ । ଏଥିପାଇଁ ତାଙ୍କ ସେଟ୍‌ରେ ରହିଛି କଡ଼ା ନିୟମ ।

Salman Khan