Advertisment

ସଲମାନଙ୍କ ଘର ଉପରକୁ ଗୁଳିମାଡ଼: ବନ୍ଧା ହେଲା ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଲାଣି।

Salman Khan

Salman Khan

Advertisment

ଏପ୍ରିଲ ମାସରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିମାଡ ହୋଇଥିଲା। ଏହି ଘଟଣାରେ ପୂରା ବଲିଉଡ ଇଣ୍ଡଷ୍ଟ୍ରି ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ଆତଙ୍କିତ କରିଦେଇଥିଲା। ଏବେ ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ଧରାପଡିଛି ଆଉ ଜଣେ ଅଭିଯୁକ୍ତ। 

Advertisment

ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ କରିଥିବା ଘଟଣାରେ ମୁମ୍ବାଇ ପୁଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରିଛି। ମଙ୍ଗଳବାର ପୁଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ୩୪ ବର୍ଷୀୟ ହରପାଲ ସିଂହ। ସେ ହରିୟାଣାର ଫତେହାବାଦର ବାସିନ୍ଦା। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ତାଙ୍କୁ ସହରରୁ ଗିରଫ କରିଛି।

ମଙ୍ଗଳବାର ସକାଳେ ହରପାଲ ସିଂହଙ୍କୁ ମୁମ୍ବାଇ ଅଣାଯାଇଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରିଛି। ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ତଥା ମହମ୍ମଦ ରଫିକ୍ ଚୌଧୁରୀକୁ ପଚରାଉଚରା ବେଳେ ଏହି ମାମଲାରେ ହରପାଲ ସିଂହଙ୍କ ସମ୍ପୃକ୍ତି ଥିବା ନେଇ ସେ ଖୁଲାସା କରିଥିଲେ।

Advertisment

ପୁଲିସ ଚଳିତ ମାସ ଆରମ୍ଭରେ ରଫିକ୍ ଚୌଧୁରୀଙ୍କୁ ଗିରଫ କରିଥିଲା। ସଲମାନ ଖାନ୍‌ଙ୍କ ଘର ବାହାରେ ରେକି କରିବା ପାଇଁ ରଫିକ୍‌ ଚୌଧୁରୀଙ୍କୁ ହରପାଲ ସିଂହ ହିଁ କହିଥିଲା। ଏଥିପାଇଁ ତାକୁ ସେ ଦୁଇରୁ ତିନି ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା ବୋଲି ପୁଲିସ ସୂଚନା ଦେଇଛି।

କହିରଖୁ ଯେ, ଏପ୍ରିଲ ୧୪ ତାରିଖ ସକାଳୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଘରକୁ ଉପରକୁ ଟାର୍ଗେଟ୍‌ କରି ଗୁଳିମାଡ ହୋଇଥିଲା। ଦୁଇ ଜଣ ବାଇକ୍‌ରେ ଆସି ତାଙ୍କ ଘରକୁ ଉପରକୁ ୫ରାଉଣ୍ଡ ଗୁଳିମାଡ କରିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Mumbai Police Salman Khan House Firing Accuse Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe