ଫାର୍ମ ହାଉସ୍‌ରେ ସଲମାନ୍‌ଙ୍କୁ ହତ୍ୟା ପ୍ଳାନିଂ

ମୁମ୍ବାଇ: ସଙ୍କଟରେ ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନ। ତାଙ୍କ ଜୀବନ ପ୍ରତି ଥିବା ବିପଦ କମିବାର ନାଁ ନେଉ ନାହିଁ। ସେ ଦୀର୍ଘ ଦିନ ଧରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ଅଛନ୍ତି। ପନ୍‌ଭେଲ୍‌ ସ୍ଥିତ ଫାର୍ମ ହାଉସରେ ସଲମାନଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନିଂ। ତାଙ୍କୁ ଟାର୍ଗେଟ କରିବାକୁ ଏହି ଗ୍ୟାଙ୍ଗ ଥରେ ନୁହେଁ ଦୁଇଥର ଉଦ୍ୟମ କରିଥିଲା। ଏଭଳି କିଛି ଖୁଲାସା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧରାପଡିଥିବା ଗ୍ୟାଙ୍ଗଷ୍ଟର୍‌। ଲୋକପ୍ରିୟ […]

Salman Khan

Salman Khan

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 03:18 PM IST

Sports

Latest News

ମୁମ୍ବାଇ: ସଙ୍କଟରେ ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନ। ତାଙ୍କ ଜୀବନ ପ୍ରତି ଥିବା ବିପଦ କମିବାର ନାଁ ନେଉ ନାହିଁ। ସେ ଦୀର୍ଘ ଦିନ ଧରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ଅଛନ୍ତି। ପନ୍‌ଭେଲ୍‌ ସ୍ଥିତ ଫାର୍ମ ହାଉସରେ ସଲମାନଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନିଂ। ତାଙ୍କୁ ଟାର୍ଗେଟ କରିବାକୁ ଏହି ଗ୍ୟାଙ୍ଗ ଥରେ ନୁହେଁ ଦୁଇଥର ଉଦ୍ୟମ କରିଥିଲା। ଏଭଳି କିଛି ଖୁଲାସା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧରାପଡିଥିବା ଗ୍ୟାଙ୍ଗଷ୍ଟର୍‌।

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପୂର୍ବରୁ ଲରେନ୍ସ ବିଷ୍ଣୋଇ ପୁଣି ଥରେ ସଲମାନଙ୍କୁ ମାରିବା ପାଇଁ ପ୍ଲାନ୍‌ ବି' ତିଆରି କରିଥିଲା। ଆଉ ଏହି ପ୍ଲାନ୍‌କୁ ଲିଡ୍‌ କରୁଥିଲେ ଗୋଲ୍ଡି ବ୍ରାର ଓ କପିଲ ପଣ୍ଡିତ, ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟର୍‌। ଆଉ ଏହି ଶୁଟର୍‌କୁ ନିକଟରେ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା।

ମୁମ୍ବାଇର ପନବେଲ୍‌ରେ କପିଲ ପଣ୍ଡିତ, ସନ୍ତୋ ଯାଦବ, ଦୀପକ ମୁଣ୍ଡି ଆଉ ଦୁଇ ଜଣ ଶୁଟର୍ସ ସେଠାରେ ଭଡାରେ ଏକ ଘର ନେଇ ରହିବାକୁ ଯାଇଥିଲେ। ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସଲମାନଙ୍କ ପନବେଲ ଫାର୍ମ ହାଉସ ନିକଟରେ ଏହି ଗ୍ୟାଙ୍ଗଷ୍ଟରମାନେ ରେକି କରିଥିଲେ। ଫାର୍ମ ହାଉସ ଭିତରେ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। କିନ୍ତୁ କଡା ସୁରକ୍ଷା ଓ ସଲମାନଙ୍କ ପର୍ସନାଲ ସିକ୍ୟୁରିଟି ଯୋଗୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଏହି ପ୍ଲାନ୍‌ ଫେଲ୍‌ ମାରିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ ପୁଲିସ ଖୁଲାସା କରିଛି।

ମେ ୨୯ରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଚିଠି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସିଥିବା କୁହାଯାଇଥିଲା। ସଲମାନଙ୍କ ବାପା ସଲିମ ଖାନ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଏକ ବେଞ୍ଚ ଉପରେ ରଖାହୋଇଥିବା ମିଳିଥିଲା। ଏହି ଚିଠିରେ ତୁମକୁ ମୁସେୱାଲା ପରି ହତ୍ୟା କରାଯିବ ବୋଲି ଲେଖା ଯାଇଥିଲା।

ସେପଟେ ଏହି ହତ୍ୟା ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା କଡାକଡି କରାଯାଇଛି। କେବଳ ଏତିକି ନୁହେଁ ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି। ମୁମ୍ବାଇ ପୋଲିସ ଏହି ଧମକକୁ ଗୁରୁତର ସହ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos