Advertisment

ସିଦ୍ଦିକିଙ୍କୁ ହତ୍ୟା ପରେ ଉଡ଼ିଲା ସଲମାନଙ୍କ ନିଦ

ଅନିର୍ଦ୍ଦିଷ୍ଟକାଳ ଯାଏ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ଦବଙ୍ଗ ଖାନ।

author-image
Madhupriya Mistry
ଅଦ୍ୟତନ ହୋଇଛି
Salman Khan

Salman Khan

ଏନ୍‌ସିପି ନେତା ବାବା ସିଦ୍ଧିକିଙ୍କୁ ହତ୍ୟା ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ମୁମ୍ବାଇରେ ଖେଳି ଯାଇଛି ଆତଙ୍କ। ଉଡ଼ି ଯାଇଛି ଭାଇଜାନ୍ ସଲମାନ ଖାନଙ୍କ ନିଦ। ଅନିର୍ଦ୍ଦିଷ୍ଟକାଳ ଯାଏ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ଦବଙ୍ଗ ଖାନ।

Advertisment

ମିଳିଥିବା ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ସେ ବାନ୍ଦ୍ରା ସ୍ଥିତ ନିଜ ଘରେ ଏକାକୀ ଗୋଟିଏ ରୁମ୍‌ରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି।

ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍‌ମାନେ ବି ଚିନ୍ତିତ ହୋଇପଡ଼ିଛନ୍ତି।

Advertisment

ସେପଟେ ବାବା ସିଦ୍ଦିକିଙ୍କୁ ହତ୍ୟାରେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। Y କ୍ୟାଟେଗୋରୀ ସୁରକ୍ଷା ମିଳିଥିଲେ ସୁଦ୍ଧା ତାଙ୍କୁ କିଭଳି ବିଚ୍‌ ରାସ୍ତାରେ ହତ୍ୟା କରାଗଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛି। ଯଦି ଏତେ ବଡ଼ ନେତା ସୁରକ୍ଷିତ ନୁହନ୍ତି ତେବେ ରାଜ୍ୟର ଲୋକେ କିଭଳି ସୁରକ୍ଷିତ ରହିବେ ବୋଲି ସେମାନେ ପଚାରିଛନ୍ତି।

ଅନ୍ୟପଟେ ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କଥା ସାମ୍ନାକୁ ଆସିବା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ତାଙ୍କ ଘର ବାହାରେ କଡ଼ା ସୁରକ୍ଷା ଦିଆଯାଇଛି। ଏଥିସହିତ ପରିବାର ଲୋକେ ତାଙ୍କର ଅନେକ ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର ଘନିଷ୍ଠ ବ୍ୟକ୍ତିଙ୍କୁ ଅଭିନେତାଙ୍କୁ ଭେଟିବାକୁ ନ ଆସିବାକୁ ଅନୁରୋଧ କରିଛନ୍ତି।

Bollywood News Salman Khan Baba Siddique Dead