Advertisment

କ୍ୟାଟ୍ରିନାଙ୍କ ବିବାହ ପାଇଁ ଶୁଟିଂ ଅଟକାଇଲେ ସଲମାନ

ମୁମ୍ବାଇ: କ୍ୟାଟ୍ରିନାଙ୍କ ବିବାହ ଖବରକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ବିକ୍କି-କ୍ୟାଟ୍ରିନାଙ୍କ ବିବାହ ଟକ୍‌ ଅଫ୍‌ ଦା ଟାଉନ୍‌ ପାଲଟିଛି। ସେପଟେ ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ଧୁମ୍‌ଧାମରେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ରାଜସ୍ଥାନର ଏକ ପ୍ୟାଲେସରେ ଡିସେମ୍ବର ମାସରେ ବିକ୍କ ଏବଂ କ୍ୟାଟ୍ରିନାଙ୍କ ବାଜିବ ଶାହାନାଇ। ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ କିଛି ସମୟ ପାଇଁ ବ୍ରେକ୍‌ ନେଇଛନ୍ତି। ଏହାରି ଭିତରେ ଖବର ଆସିଛି ଯେ, […]

ଅଦ୍ୟତନ ହୋଇଛି
କ୍ୟାଟ୍ରିନାଙ୍କ ବିବାହ ପାଇଁ ଶୁଟିଂ ଅଟକାଇଲେ ସଲମାନ

Salman Katrina

Advertisment

ମୁମ୍ବାଇ: କ୍ୟାଟ୍ରିନାଙ୍କ ବିବାହ ଖବରକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ବିକ୍କି-କ୍ୟାଟ୍ରିନାଙ୍କ ବିବାହ ଟକ୍‌ ଅଫ୍‌ ଦା ଟାଉନ୍‌ ପାଲଟିଛି। ସେପଟେ ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ଧୁମ୍‌ଧାମରେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି।

Advertisment

ରାଜସ୍ଥାନର ଏକ ପ୍ୟାଲେସରେ ଡିସେମ୍ବର ମାସରେ ବିକ୍କ ଏବଂ କ୍ୟାଟ୍ରିନାଙ୍କ ବାଜିବ ଶାହାନାଇ। ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ କିଛି ସମୟ ପାଇଁ ବ୍ରେକ୍‌ ନେଇଛନ୍ତି। ଏହାରି ଭିତରେ ଖବର ଆସିଛି ଯେ, ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ନିଜ ଶୁଟିଂ ଅଟକାଇ ଦେଇଛନ୍ତି। କ୍ୟାଟ୍ରିନାଙ୍କ ବିବାହ ପାଇଁ ସେ ତାଙ୍କ ଅପ୍‌କମିଂ ଫିଲ୍ମ 'ଟାଇଗର-୩'ର ଶୁଟିଂ ସ୍ଥଗିତ ରଖିଛନ୍ତି।

ବଲିଉଡର ଲାଇଫର ରିପୋର୍ଟ ମୁତାବକ, ସଲମାନ ନିଜ କୋ-ଷ୍ଟାର କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବା ପାଇଁ ଶୁଟିଂ ଅଟକାଇ ଦେଇଛନ୍ତି। ଜାନୁଆରୀ ମାସରେ ଶୁଟିଂକୁ ରି-ସେଡ୍ୟୁଲ କରାଯାଇଛି। କେବଳ ଏତିକି ନୁହେଁ ସଲମାନ ତାଙ୍କ ଘନିଷ୍ଠ ବନ୍ଧୁ ଶାହାରୁଖଙ୍କ ପାଇଁ ଦୁଇଟି ଫିଲ୍ମର ସୁଟିଂ ତାରିଖ ମଧ୍ୟ ଆଗକୁ ବଢ଼ାଇ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଶାହାରୁଖ ଏବଂ ସଲମାନ ଫିଲ୍ମ 'ଟାଇଗର-୩' ଏବଂ 'ପଠାନ'ରେ ଏକାଠି ନଜର ଆସିଥାନ୍ତେ। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶାହରୁଖ ଏହି ସମୟରେ ତାଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ପାଇଁ କ୍ୱାଲିଟି ଟାଇମ୍‌ ଚାହାଁନ୍ତି।  ଆର୍ଯ୍ୟନ୍ ପ୍ରାୟ ଏକ ମାସ କାରାଦଣ୍ଡ ଭୋଗିବା ପରେ ଜେଲରୁ ଫେରି ଛନ୍ତି। ଏଭଳି ପରିସ୍ଥିତିରେ ଶାହାରୁଖ କାମରୁ ବ୍ରେକ୍‌ ନେଇ ଆର୍ଯ୍ୟନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।  ତେଣୁ  ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ସଲମାନ ଶୁଟିଂକୁ ଘୁଞ୍ଚାଇ ଦେଇଛନ୍ତି।

Bollywood Salman Khan Katrina Kaif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe