Advertisment

ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା ପାଇଁ ଆସିଲା ଧମକ

ମୁମ୍ବାଇ ପୁଲିସ୍‌ର ଗୋଟିଏ ଟିମ ଘଟଣାର ତଦନ୍ତ କରି ପଡ଼ୋଶୀ ଥାନେର ଜଣେ ୧୬ ବର୍ଷୀୟ ପିଲାକୁ ଅଟକ ରଖିଛି। ସେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲା ଓ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା।

author-image
Hemant Lenka
Salman Khan

Salman Khan

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ପରେ ଧମକ ମିଳିବାରେ ଲାଗିଛି। କେହି ଜଣେ ଫୋନ କରି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ତେବେ ଏହି କଲଟି ସଲମାନ ଖାନଙ୍କ ପାଖକୁ ନୁହେଁ ବରଂ ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଆସିଥିଲା। ଏପ୍ରିଲ ୧୦ ତାରିଖ ରାତି ୯ଟାରେ ଅଜଣା ନମ୍ବରରୁ ଫୋନ ଆସିବା ସହ କଲ କରିଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। 

Advertisment

ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ରକି ଭାଇ ଭାବେ ପରିଚୟ ଦେବା ସହ ସେ ଯୋଧପୁରର ଜଣେ ଗୋରକ୍ଷକାରୀ ଭଳି କହିଥିଲା। ରକି ଭାଇ ଫୋନ କରି ସଲମାନ ଖାନଙ୍କୁ ଏପ୍ରିଲ ୩୦ ତାରିଖରେ ହତ୍ୟା କରାଯିବ ବୋଲି ଧମକ ଦେଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି କଲର ଜଣକ କେଉଁଠି ରହିଛି, ସେକଥା ମଧ୍ୟ ଜାଣିବାକୁ ପାଇଥିଲା।

ମୁମ୍ବାଇ ପୁଲିସ୍‌ର ଗୋଟିଏ ଟିମ ଘଟଣାର ତଦନ୍ତ କରି ପଡ଼ୋଶୀ ଥାନେର ଜଣେ ୧୬ ବର୍ଷୀୟ ପିଲାକୁ ଅଟକ ରଖିଛି। ସେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲା ଓ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା।

Advertisment

ସୋମବାର ମୁମ୍ବାଇ ପୁଲିସ୍‌ ମୁଖ୍ୟ କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା। ଏହାପରେ ପୁଲିସ୍‌ ଓ ଟେକ୍ନିକାଲ ଟିମ ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଆଜି କଲ କରିଥିବା ସନ୍ଦିଗ୍ଧଙ୍କ ପାଖରେ ପୁଲିସ ପହଞ୍ଚି ତାକୁ ଅଟକ ରଖିଛି।

ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ପୁଲିସ୍‌ ଟିମ ଘଟଣାର ତଦନ୍ତ କରି ଶାହପୁରରେ ପହଞ୍ଚିଥିଲା। ସେଠାରେ ଯାଞ୍ଚ କରାଯିବା ବେଳେ ଜଣେ ୧୬ ବର୍ଷୀୟ ପିଲା ଧମକପୂର୍ଣ୍ଣ କଲ କରିଥିବା ଜଣାପଡ଼ିଥିଲା। ଏହାପରେ ତାକୁ ଅଟକ ରଖାଯାଇଛି। ପିଲାଟିର ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ତାକୁ ଆଜାଦ ମୈଦାନ ପୁଲିସ୍‌କୁ ହସ୍ତାନ୍ତର କରାଯିବ। ପୁଲିସ୍‌ ଏବେ ପିଲାଟି କେଉଁ ଉଦ୍ଦେଶ୍ୟରେ ସଲମାନଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲା, ସେକଥା ଜାଣିବାକୁ ଚେଷ୍ଟା କରୁଛି।

ଗତ ମାସରେ ସଲମାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ସେହିପରି ବାରମ୍ବାର ହତ୍ୟା ଧମକ ମିଳିବାରୁ ସେ ଗୋଟିଏ ବୁଲେଟ ପ୍ରୁଫ ନିସାନ ପାଟ୍ରୋଲ ଏସ୍‌ୟୁଭି ସ୍ୱତନ୍ତ୍ର ଭାବେ ଦୁବାଇରୁ ଆଣିଛନ୍ତି। ଭାରତରେ କମ୍ପାନୀ ପକ୍ଷରୁ ଏହାର ଲଞ୍ଚ ହୋଇନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସଲମାନ ଦୁବାଇରୁ କାରଟି ଆଣିଥିବା କୁହାଯାଉଛି।

Mumbai Salman Khan Police