ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଏବେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବରଣୁ ଧୱନ। ବରୁଣ ଓ ନତାଶାଙ୍କ ଘରକୁ ଆସିବ କୁନି ଅତିଥି। ଏକଥା ଆମେ କହୁନୁ, ଏନେଇ ନିକଟରେ ଖୋଦ୍ ହିଣ୍ଟ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍।
ନିକଟରେ ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ଆଗାମୀ ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ବିଗ୍ ବସ୍ ଶୋରେ ନଜର ଆସିଥିଲେ। ଏହି ସମୟରେ ହୋଷ୍ଟ ସଲମାନ ଖାନ ଖୁବ ଶୀଘ୍ର ବରୁଣ ବାପା ହେବାକୁ ଯାଉଥିବା କହିଥିଲେ। କିନ୍ତୁ ଏହାକୁ ସଲମାନ ଥଟ୍ଟାରେ କହିଥିଲେ। କିନ୍ତୁ ପ୍ରଶଂସକମାନେ ଏହି ଖବର ଶୁଣି ବେଶ୍ ଉତ୍ସାହିତ ଅଛନ୍ତି।
୨୦୨୧ରେ ବରୁଣ ଧୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ। ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବାକୁ ଯାଉଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ଏକ ଗୁଜବ ଥିଲା ବୋଲି ଜଣାପଡିଥିଲା। ବରୁଣ ଅଭିନୟ ଫିଲ୍ଡରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ନତାଶା ଜଣେ ଫ୍ୟାଶନ ଡିଜାଇନର୍ ଅଟନ୍ତି। ବିବାହ ପରେ ଉଭୟ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Bollywood
୭୪ ବର୍ଷରେ ଥଲାଇଭା, ଆଜିବି କମିନି ରଜନୀକାନ୍ତଙ୍କ କ୍ରେଜ୍
ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି।
Bollywood
ଆଓ୍ୱାର୍ଡ ଶୋ'କୁ ଡ଼ାକି ଅଭିନେତାଙ୍କୁ ଅପହରଣ, ଲୁଟି ନେଲେ ୨ ଲକ୍ଷ
ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
Bollywood
ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ
ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ଠକେଇ ମାମଲାରେ ସମନ ଜାରି କରିଛନ୍ତି।
Bollywood
ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଛି।