Advertisment

୨୪ ଘଣ୍ଟିଆ ସୁରକ୍ଷାବଳୟରେ ସଲମାନ: ଜଗିଛନ୍ତି ୬୦ ଜଣ ପୁଲିସ, ଲାଗିଛି AI ସିସିଟିଭି

୬୦ ଜଣ ପୁଲିସ୍‌ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି। ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି।

Salman Khan

Salman Khan

Advertisment

କଡ଼ା ସୁରକ୍ଷାବଳୟ ମଧ୍ୟରେ ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ। ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ସଲମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କ ପ୍ରତି ବିପଦ ରହିଛି। ଏଥିପାଇଁ ତାଙ୍କ ଆପାର୍ଟମେଣ୍ଟ ଚାରିପାଖର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

୬୦ ଜଣ ପୁଲିସ୍‌ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି। ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେମାନେ ଏସଓପି ଅନୁସାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି।

ପୁଲିସ୍‌ କର୍ମଚାରୀଙ୍କ ବ୍ୟତୀତ ଏଆଇ ଭିତ୍ତିକ ହାଇରିଜୋଲେସନର ସିସିଟିଭି କ୍ୟାମେରେ ଲଗା ଯାଇଛି। ଏଥିରେ ମୁହଁ ଚିହ୍ନଟ କରିବାର ବ୍ୟବସ୍ଥା ରହିଛି। ଏକାଧିକ ଥର ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଚିହ୍ନଟ କରିବାର କ୍ଷମତା ସିସିଟିଭିର ରହିଛି। ଯଦି ଜଣେ ବ୍ୟକ୍ତିଙ୍କ ମୁହଁ ୩ ଥର କ୍ୟାମେରାରେ କଏଦ ହୁଏ, ତା’ହେଲେ ଏହା ସତର୍କ ସୂଚନା ଜାରି କରିବ। ସେହିପରି ଗୋଟିଏ କମାଣ୍ଡ ସେଣ୍ଟର ମଧ୍ୟ ସ୍ୱତନ୍ତ୍ର ଭାବେ ସଲମାନଙ୍କ ସୁରକ୍ଷା ପାଇଁ ସ୍ଥାପନ କରାଯାଇଛି।

Advertisment

ଏପ୍ରିଲ ମାସରେ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କ ଘର ବାହାରେ ଗୁଳି ମାଡ଼ କରାଯାଇଥିଲା। ସେବେଠାରୁ ସଲମାନଙ୍କ ସୁରକ୍ଷା ବଢ଼ିଥିଲା। ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି। ଏବେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ଗୋଟିଏ ପୁଲିସ୍‌ ବାରାକ କରାଯାଇଛି। ଏକାଧିକ ସ୍ଥାନରେ ଚେକପଏଣ୍ଟର ବ୍ୟବସ୍ଥା ହୋଇଛି।

ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି। ମୁତୟନ ହୋଇଥିବା ୬୦ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଛନ୍ତି। ବାନ୍ଦ୍ରା ପୁଲିସ୍‌ ଓ ସୁରକ୍ଷା ବ୍ରାଞ୍ଚର ଜିପ ମଧ୍ୟ ଘନଘନ ପଇଁତରା ମାରୁଛି।

ବିଲଡିଂ ଭିତରୁ ଯାଉଥିବା ଲୋକଙ୍କ ଭଲ ଭାବେ ଯାଞ୍ଚ କରାଯାଇଛି। ସେମାନଙ୍କୁ ପରିଚୟପତ୍ର ମଧ୍ୟ ଦେଖାଇବାକୁ ପଡ଼ୁଛି। କୌଣସି ଅନାଧିକାର ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁ ନାହିଁ। ସଲମାନଙ୍କୁ ପୂର୍ବଭଳି ୱାଇ ପ୍ଲସର ସୁରକ୍ଷା ଯୋଗାଇ ଦିଆଯାଉଛି।

Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe