Advertisment

ସଲମାନଙ୍କୁ ଧମକ ପରେ ବାପା ସଲିମଙ୍କ ହଜି ଯାଇଛି ନିଦ

ବାପା ସଲିମ୍ ଖାନ୍ ଧମକ ମିଳିବା ପରଠାରୁ ରାତିରେ ଶୋଇ ପାରୁନାହାନ୍ତି।

Salim Khan and Salman Khan

Salim Khan and Salman Khan

Advertisment

ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ବି-ଟାଉନ୍‌ରେ ହଇଚଇ ସୃଷ୍ଟି ହୋଇଛି। ସେପଟେ ଏହି ହତ୍ୟା ଧମକ ମିଳିବା ପରେ ବିଚଳିତ ହୋଇପଡିଛନ୍ତି ଦବଙ୍ଗ ଷ୍ଟାର୍। ଅନ୍ୟପଟେ ପୁଅକୁ ଧମକ ମିଳିବା ଶୁଣିବା ପରେ ଭୟଭୀତ ହୋଇପଡିଛନ୍ତି ବାପା ସଲିମ ଖାନ୍। ତାଙ୍କ ଆଖିରୁ ହଜି ଯାଇଛି ନିଦ। ସେ ସାରା ରାତି ଶୋଇ ପାରୁନଥିବା ସୂଚନା ମିଳିଛି।  

Advertisment

ସଲ୍‌ମାନଙ୍କ ପରିବାରର ଜଣେ ନିକଟତର ବନ୍ଧୁ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଏଥରର ଧମକକୁ ସଲ୍‌ମାନ ଏକଦମ ହାଲୁକାରେ ନେଇଛନ୍ତି, ଆଦୌ ବି ଭୟ କରୁନାହାନ୍ତି। ହେଲେ ବାପା ସଲିମ୍ ଖାନ୍ ଧମକ ମିଳିବା ପରଠାରୁ ରାତିରେ ଶୋଇ ପାରୁନାହାନ୍ତି। ଅନ୍ୟପଟେ ସଲମାନ ଏଭଳି ଧମକକୁ ଡରୁନଥିବା କହିଛନ୍ତି। ତାଙ୍କୁ କୌଣସି ସୁରକ୍ଷାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ଜଣାଇଛନ୍ତି।

ସଲମାନ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଏକ ଇମେଲ୍ ମିଳିବା ପରେ ମୁମ୍ବାଇ ପୁଲିସ ଅଭିନେତାଙ୍କ ଘର ବାହାରେ ସୁରକ୍ଷା କଡ଼ାକଡ଼ି କରିଦେଇଛି। ଏଥିସହ ସତର୍କତା ଅବଲମ୍ବନ କରି ପୁଲିସ ସଲମାନଙ୍କ ପ୍ରଶଂସକଙ୍କୁ ତାଙ୍କ ଘର ବାହାରେ ଭିଡ଼଼ ଜମାଇବାକୁ ମଧ୍ୟ ବାରଣ କରିଛି। ଭିନେତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ସହଯୋଗୀ ଗୋଲଡି ବ୍ରାରଙ୍କ ବିରୋଧରେ ମାମଲା ରୁଜୁ କରିଛି। 

Advertisment

ସଲମାନଙ୍କ ସୁରକ୍ଷା ଅଧୀନରେ ଦୁଇ ସହକାରୀ ପୁଲିସ ଇନ୍ସପେକ୍ଟର ର‌୍ୟାଙ୍କ ଅଧିକାରୀ ଏବଂ ୮-୧୦ କନଷ୍ଟେବଳ ୨୪ଘଣ୍ଟା ନିୟୋଜିତ ହେବେ। ଏଥିସହ ସଲମାନଙ୍କ ପ୍ରଶଂସକଙ୍କୁ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ତାଙ୍କ ଘର ଏବଂ ଅଫିସ ବାହାରେ ଭିଡ ଜମାଇବାକୁ ଅନୁମତି ଦିଆଯିବନାହିଁ ବୋଲି ପୁଳିସ ଅଧିକାରୀ କହିଛନ୍ତି। ଏହାପୂର୍ବରୁ ପୋଲିସ ସଲମାନ ଖାନଙ୍କୁ ୱାଇ ପ୍ଲସ୍ କ୍ୟାଟେଗୋରୀର ସୁରକ୍ଷା ଯୋଗାଇ ଦେଇଥିଲା। ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ ବୁଲେଟ ପ୍ରୁଫ କାରରେ ବୁଲୁଥିଲେ।

ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍‌ରେ ଏହି ଧମକ ଦିଆଯାଇଥିଲା। ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଉକ୍ତ ଇ-ମେଲ୍ ଆସିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ସଲମାନଙ୍କ ଟିମ୍ ପକ୍ଷରୁ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଉପରୋକ୍ତ ୩ ଜଣଙ୍କ ନାମରେ ରବିବାର ମାମଲା ରୁଜୁ କରିଛି। 

Bollywood News Bollywood Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe