ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ୍‌ ଖାନ୍‌

ନୂଆଦିଲ୍ଲୀ: ଅସ୍ତ୍ର ଲାଇସେନ୍ସ ପାଇଁ  ଆବେଦନ କରିଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସଲମାନ୍‌। ତାଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସଲମାନ୍‌ ଏମିତି ଏକ ଆବେଦନ କରିଛନ୍ତି।  ଗତ ମାସରେ ସଲମାନ୍‌ଙ୍କୁ ହତ୍ୟା ଧମକ ମିଳିଥିଲା।  ଏନେଇ ଶୁକ୍ରବାର ସଲମାନ ମୁମ୍ବାଇ ପୁଲିସ କମିଶନର ବିବେକ ପାନସଲକରଙ୍କୁ ଭେଟିଥିଲେ। ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା […]

salman khan

Tapas Behera
  • Published: Friday, 22 July 2022
  • , Updated: 22 July 2022, 07:09 PM IST

ନୂଆଦିଲ୍ଲୀ: ଅସ୍ତ୍ର ଲାଇସେନ୍ସ ପାଇଁ  ଆବେଦନ କରିଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସଲମାନ୍‌। ତାଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସଲମାନ୍‌ ଏମିତି ଏକ ଆବେଦନ କରିଛନ୍ତି।  ଗତ ମାସରେ ସଲମାନ୍‌ଙ୍କୁ ହତ୍ୟା ଧମକ ମିଳିଥିଲା।  ଏନେଇ ଶୁକ୍ରବାର ସଲମାନ ମୁମ୍ବାଇ ପୁଲିସ କମିଶନର ବିବେକ ପାନସଲକରଙ୍କୁ ଭେଟିଥିଲେ।

ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ ଚିଠି  ମିଳିଥିଲା। ହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ଚିଠିରେ କୁହା ଯାଇଥିଲା ଯେ ଉଭୟ ସଲମାନ୍ ଖାନ ଏବଂ ତାଙ୍କ ବାପା ସଲିମ୍ ଖାନ୍ ଖୁବ୍‌ ଶୀଘ୍ର ନିହତ ଗାୟକ ସିଦ୍ଧୁ ମୁସୱାଲା ଙ୍କ ପରି ସମାନ ଭାଗ୍ୟକୁ ଭେଟିବେ । ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ନିକଟରେ ଏହି ଚିଠି ମିଳିଥିଲା।

ଅଭିନେତା ସଲମାନଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଧମକପୂର୍ଣ୍ଣ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା, ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇର ସମ୍ପୃକ୍ତିକୁ  ଦର୍ଶାଉ ଥିଲା। ଜୁନ୍‌ ୫ ତାରିଖରେ ସଲମାନଙ୍କୁ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବା ପାଇଁ ଏହି ଧମକପୂର୍ଣ୍ଣ ପତ୍ର ପଠା ଯାଇଥିଲା। ଏହା ପରେ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇକୁ  ପୁଚଲିସ ଜେରା  କରିଥିଲା। ଲରେନ୍ସ ବିଶ୍ନୋଇ କଳା ହରିଣ ଶିକାରକୁ ନେଇ ସଲମାନ ଖାନଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲା। ଲରେନ୍ସ ବିଶ୍ନୋଇ କଳା ସଲମାନ କଳା ହରିଣ ଶିକାର ନେଇ ହତ୍ୟା ଧମକ ଦେବା ପଛର କାରଣ ହେଉଛି ରାଜସ୍ଥାନର ବିଶ୍ନୋଇ ସମାଜ କଳା ହରିଣକୁ ପୂଜା କରନ୍ତି। ସଲମାନ ଖାନଙ୍କ ବିରୋଧରେ କଳା ହରିଣ ମାରିବାର ଯେଉଁ ଅଭିଯୋଗ ହୋଇଥିଲା ତାହାର ମୋକଦ୍ଦମା ମଧ୍ୟ ବିଶ୍ନୋଇ ସମାଜ ଲଢ଼ୁଛି।

Related story