ହତ୍ୟା ଭୟ! ବୁଲେଟ୍‌ ପ୍ରୁଫ ଗାଡ଼ି ଚଢ଼ିଲେ ସଲମାନ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା ଭୟ। ଯେବେଠୁ ତାଙ୍କ ହତ୍ୟା ଧମକ ମିଳିଛି ସେବେଠୁ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାଇଜାନଙ୍କ ସୁରକ୍ଷା କଡାକଡି କରିଦିଆଯାଇଛି। ଏପରିକି ମୁମ୍ବାଇ ପୁଲିସ ହତିଆର ରଖିବା ପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ଜାରି କରିସାରିଛ। ଏବେ ଆଉ ପାଦେ ଆଗକୁ ଯାଇ ଦବଙ୍ଗ ଖାନ ନିଜ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ ନିଜ ଗାଡିୁ ବୁଲେଟ୍‌ […]

Salman Khan

Madhupriya Mistry
  • Published: Tuesday, 02 August 2022
  • , Updated: 02 August 2022, 04:41 PM IST

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା ଭୟ। ଯେବେଠୁ ତାଙ୍କ ହତ୍ୟା ଧମକ ମିଳିଛି ସେବେଠୁ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାଇଜାନଙ୍କ ସୁରକ୍ଷା କଡାକଡି କରିଦିଆଯାଇଛି। ଏପରିକି ମୁମ୍ବାଇ ପୁଲିସ ହତିଆର ରଖିବା ପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ଜାରି କରିସାରିଛ। ଏବେ ଆଉ ପାଦେ ଆଗକୁ ଯାଇ ଦବଙ୍ଗ ଖାନ ନିଜ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ ନିଜ ଗାଡିୁ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ପରିଣତ କରିଛନ୍ତି।

ସଲମାନ ନିଜ ଟୟୋଟା ଲ୍ୟାଣ୍ଡ କ୍ରୁଜର୍‌ କାର୍‌କୁ ଅପ୍‌ଗ୍ରେଡ୍‌ କରିଛନ୍ତି। ଏଥିରେ ବୁଲେଟ୍‌ ପ୍ରୁଫ୍‌ ସ୍କ୍ରିନ୍‌ ଲଗାଇଛନ୍ତି ସେ। ସୋମବାର ସଲ୍‌ମାନଙ୍କୁ ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିଛି। ମୁମ୍ବାଇର ବିମାନ ବନ୍ଦରରେ ସଲମାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ସେ ସେଠାରେ ଟୟଟା ଲ୍ୟାଣ୍ଡ୍‌ କ୍ରୁଜର୍‌ ଗାଡ଼ିରୁ ଓହ୍ଲାଇଥିଲେ, ଯାହାର ଦାମ ହେଉଛି ୧.୫ କୋଟି ଟଙ୍କା। ଗାଡ଼ିଟିର ଇଞ୍ଜିନ୍‌ କାପାସିଟି ୪୪୬୧-ସିସି ହୋଇଥିବା ବେଳେ ବିଏଚ୍‌ପି ପାୱାର୍‌ ୨୬୨ ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ବୁଲେଟ୍‌ ପ୍ରୁଫ୍‌। ଅର୍ଥାତ, ସଲ୍‌ମାନଙ୍କୁ ଏହା ବନ୍ଧୁକ ଗୁଳିରୁ ସୁରକ୍ଷା ଦେବ।

ନିକଟରେ ହତ୍ୟା ଧମକ ମିଳିବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍‌ ପାଇଁ ଜୁଲାଇ ୨୨ରେ ଆବେଦନ କରିଥିଲେ ସଲମାନ। ଶେଷରେ ସଲ୍‌ମାନଙ୍କୁ ଗତକାଲି ‘ଆର୍ମସ୍‌ ଲାଇସେନ୍‌ସ୍‌’ ପ୍ରଦାନ କରାଯାଇଥିବା କଥା ମୁମ୍ବାଇ ପୁଲିସ କହିଛି। କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ। ସେପଟେ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ବି-ଟାଉନରେ ହଇଚଇ ସୃଷ୍ଟି ହୋଇଯାଇଛି। ତାଙ୍କ ସୁରକ୍ଷାକୁ ଆହରି ବଢ଼ାଇ ଦିଆଯାଇଛି।

ମେ' ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅଭିନେତା ସଲମାନ ଖାନ୍‌ ଓ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ଚିଠି ଜରିଆରେ  ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ଏହି ଧମକ ଦେଇଥିବା ଜଣାପଡିଥିଲା। ଏହାପରେ ସଲମାନ ବନ୍ଧୁକ ‘ଲାଇସେନ୍‌ସ୍‌’ ପାଇବା ପାଇଁ ସେ ଗତ ମାସରେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ କମିସନର୍‌ ବିବେକ ଫାନ୍‌ସଲକର୍‌ଙ୍କୁ ଭେଟିଥିଲେ।

Related story