Advertisment

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଇ-ମେଲ ମାଧ୍ୟମରେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲେ।

author-image
Tapas Behera
Salman Khan

Salman Khan

ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୁଲିସ ଗିରଫ କରିଛି। ଇ-ମେଲ ମାଧ୍ୟମରେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲେ। ଏନେଇ ଏକ ମାମଲା ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ରୁଜୁ ହୋଇଥିଲା।
ଗିରଫ ପରେ ପୋଲିସ ରୋହିଚା କଳା ବାସିନ୍ଦା ୨୧ ବର୍ଷିୟ ଧାକାଡ ରାମଙ୍କୁ ମୁମ୍ବାଇ ନେଇଛି। ତାଙ୍କ ନାଁରେ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଧମକ ମଧ୍ୟ ଅଭିଯୋଗ ରହିଛି। ରବିବାର ମୁମ୍ବାଇ ପୁଲିସ ସହ ମିଳିତ ସର୍ଚ୍ଚ ଅପରେସନ କରି ଯୋଧପୁର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଯୋଧପୁରର ଲୁନି ପୁଲିସ ଷ୍ଟେସନ ଏସଏଚଓ ଇଶ୍ୱର ଚାନ୍ଦ ପାରିକ୍ କହିଛନ୍ତି ଯେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ମିଳିବା ପରେ ମାର୍ଚ୍ଚ ୧୮ରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏତଲା ପଞ୍ଜିକୃତ ହୋଇଥିଲା। ଏତଲା ପଞ୍ଜିକୃତ ହେବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି ।

ପରେ ଏହି ସୂଚନା ଯୋଧପୁର ପୁଲିସକୁ ପଠାଯାଇଥିଲା। ଯୋଧପୁର ପୁଲିସ ଅଧିକ ଅନୁସନ୍ଧାନ କରି ଜାଣିଥିଲା ଯେ ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି। ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ରବିବାର ଦିନ ଯୋଧପୁର ପୁଲିସ, ବାନ୍ଦ୍ରା ପୁଲିସ ଷ୍ଟେସନର ସହକାରୀ ସବ୍-ଇନ୍ସପେକ୍ଟର ବଜରଙ୍ଗ ଜଗତାପଙ୍କ ସହ ମିଳିତ ସର୍ଚ୍ଚ ଅପରେସନ କରି ୨୧ବର୍ଷୀୟ ଧାକଡରାମଙ୍କୁ ଗିରଫ କରି ମୁମ୍ବାଇ ଫେରିଥିବା ଜଣାପଡ଼ିଛି।

Advertisment