Advertisment

ଗଣପତିଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରେ ସଲମାନ ଖାନ

ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଫଟୋ ଗୁଡ଼ିକ ଆଜି ଶେୟାର କରିଛନ୍ତି।

author-image
Hemant Lenka
salman Khan

salman Khan

ଗଣେଶଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘରେ ବଲିଉଡ ଅଭିନେତା ସଲମାନ ଖାନ। ଭଉଣୀ ଅର୍ପିତା ଖାନଙ୍କୁ ସାଙ୍ଗରେ ନେଇ ସଲମାନ ଗଜପତିଙ୍କ ଦର୍ଶନ କରିଛନ୍ତି। ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଫଟୋ ଗୁଡ଼ିକ ଆଜି ଶେୟାର କରିଛନ୍ତି।

Advertisment

ସାମ୍ନାକୁ ଆସିଥିବା ଫଟୋରେ ସଲମାନ ବ୍ଲ୍ୟୁ ରଙ୍ଗର ଶର୍ଟ ଓ ମ୍ୟାଚିଂ ଜିନ୍ସ ପିନ୍ଧିଛନ୍ତି। ସେ ପୂଜା ପାଇଁ ଗଣେଶଙ୍କ ପ୍ରତିମୂର୍ତ୍ତି ଆଗରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି। ତାଙ୍କ ପାଖରେ ଭଉଣୀ ଅର୍ପିତା ମଧ୍ୟ ରହିଛନ୍ତି। ଆଉ ଏକ ଫଟୋରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଗୋଟିଏ ଫୁଲତୋଡ଼ା ଓ ଉତ୍ତରୀୟ ସଲମାନଙ୍କୁ ଦେଉଛନ୍ତି। ଅର୍ପିତାଙ୍କୁ ମଧ୍ୟ ଫୁଲ ତୋଡ଼ା ଓ ଉତ୍ତରୀୟ ଦିଆଯାଇଛି।

Advertisment

ଏହାପୂର୍ବରୁ ଗଣେଶ ପ୍ରତିମୂର୍ତ୍ତିର ବିସର୍ଯନ ଉତ୍ସବରେ ପୂରା ଖାନ ପରିବାର ଏକାଠି ହୋଇଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଭସାଣି ଉତ୍ସବରେ ସମସ୍ତେ ଖୁସିରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷ ଗଣେଶ ପୂଜା ଉତ୍ସବ ପାଳନ କରିଥିଲେ।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଘରେ ଆୟୋଜିତ ଗଣେଶ ଉତ୍ସବରେ ମଧ୍ୟ ସଲାମାନ ଯୋଗ ଦେଇଥିଲେ।

Bollywood Salman Khan Eknath Sinde