Advertisment

ଗୁଳି ମାଡ଼ ବେଳେ ଘରେ ଥିଲେ ସଲମାନ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ସନ୍ଦେହ

ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ୭.୬ ବୋର ବନ୍ଧୁକରୁ ପ୍ରାୟ ୫ ରାଉଣ୍ଡ ଗୁଳିମାଡ ହୋଇଥିବା ସୂଚନା ମିଳିଛି।

Salman Khan

Salman Khan

Advertisment

ବଲିଉଡର ଭାଇଜାନ ସଲମାନଙ୍କ ଘର ବାହାରେ ଆଜି ଭୋରୁ ଗୁଳିମାଡ ହୋଇଛି। ତେବେ ଏହି ଘଟଣାକୁ ନେଇ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ପ୍ରଥମେ ଫାଙ୍କା ଗୁଳିମାଡ ହୋଇଥିବା କୁହାଯାଉଥିଲା। କିନ୍ତୁ ତଦନ୍ତ ପରେ ସଲମାନଙ୍କ ଘରକୁ ଟାର୍ଗେଟ କରି ଗୁଳିମାଡ କରାଯାଇଥିବା ଜଣାପଡିଛି। ସଲମାନଙ୍କ ଘରର ବାହାର କାନ୍ଥରେ ଗୁଳି ମାଡ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହା ସହିତ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ବାଲକୋନୀରେ ବୁଲେଟ୍ ମାର୍କ ମଧ୍ୟ ଥିବା ଚିହ୍ନଟ କରାଯାଇଛି। ଗୁଳିମାଡ ବେଳେ ସଲମାନ ତାଙ୍କ ଘରେ ଥିଲେ। ଏନେଇ ପୁଲିସ କହିଛି।

Advertisment

ସଲମାନ ପ୍ରାୟତଃ ସବୁ ବେଳେ ନିଜ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ବାଲକୋନୀରେ ଠିଆ ହୋଇଥିବା ଦେଖିବାକୁ ମିଳନ୍ତି। ଏହି ବାଲକୋନୀରୁ ହିଁ ସଲମାନ ଠିଆ ହୋଇ ନିଜ ପ୍ରଶଂସକଙ୍କୁ ଅଭିବାଦନ ଜଣାନ୍ତି। ଏବେ ଦୁର୍ବୃତ୍ତମାନେ ଏହି ବାଲକୋନୀକୁ ଟାର୍ଗେଟ କରି ମଧ୍ୟ ଗୁଳିମାଡ କରିଛନ୍ତି। ଫୋରେନସିକ୍ ଟିମ୍ ଉକ୍ତ ବାଲକୋନୀରେ ବୁଲେଟ୍ ମାର୍କ ଥିବା ପାଇଛି। ପୁଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତ ନିଜ ମୁହଁକୁ ଘୋଡାଇ ରଖିଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ପୁଲିସ ବର୍ତ୍ତମାନ ଉକ୍ତ ଅଞ୍ଚଳର ଅନ୍ୟ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

କୁହାଯାଉଛି ଯେ, ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଆଜି ଭୋରୁ ସଲମାନଙ୍କ ଘର ଉପରକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ୭.୬ ବୋର ବନ୍ଧୁକରୁ ପ୍ରାୟ ୫ ରାଉଣ୍ଡ ଗୁଳିମାଡ ହୋଇଥିଲା। ଦୁଇ ଜଣ ଅଭିଯୁକ୍ତ ହେଲମେଟ୍‌ ପିନ୍ଧିଥିଲେ। ତେଣୁ ତାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ହୋଇପଡିଛି। ଯେଉଁ ଦୁଇ ଜଣ ସନ୍ଦିଗ୍ଧ ଗୁଳିମାଡ କରିଛନ୍ତି ସେମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସେ ଏନେଇ ତଦନ୍ତ ଜାରି ରଖିଛି। ଗ୍ୟାଲେକ୍ସି ଆପର୍ଟମେଣ୍ଟର ୪ ଜଣ ଓ୍ୱାଚମ୍ୟାନ୍‌ଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଗୁଳିମାଡ ପରେ ସଲମାନଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

Advertisment
Firing Lawrence Bishnoi Gang Galaxy Apartment Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe