Advertisment

ସଲମାନଙ୍କ ଜୀବନ ପ୍ରତି ବିପଦ, ମିଳିଲା Y+ ସୁରକ୍ଷା

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି କରାଯାଇଥିଲା। ଏବେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି। ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା। କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ଏବେ […]

ଅଦ୍ୟତନ ହୋଇଛି
ସଲମାନଙ୍କ ଜୀବନ ପ୍ରତି ବିପଦ, ମିଳିଲା Y+ ସୁରକ୍ଷା

Salman Khan

Advertisment

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି କରାଯାଇଥିଲା। ଏବେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି।

Advertisment

ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା। କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ଏବେ Y+ କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛି।

ଏହାପୂର୍ବରୁ ସଲମାନ ଖାନଙ୍କ ସହ ଜଣେ ପୁଲିସ ଗାର୍ଡ ସବୁବେଳେ ଅସ୍ତ୍ରଶସ୍ତ୍ରରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଜଣ ପୁଲିସ ଗାର୍ଡ ଅଭିନେତାଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବେ।

Advertisment

ସଲମାନ ଖାନଙ୍କ ବ୍ୟତୀତ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ସଲମାନ ଖାନ ଏବଂ ଅମୃତା ଫଡନାଭିସଙ୍କ ସହ ସଶସ୍ତ୍ର ସୁରକ୍ଷାକର୍ମୀ ସର୍ବଦା ନିୟୋଜିତ ରହିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe