Advertisment

ବି-ଟାଉନ୍‌ର ଡାର୍ଟି ଖୁଲାସା କଲେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଦବଙ୍ଗ ଖାନ୍‌ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ନିକଟରେ ସେ ବଲିଉଡକୁ ନେଇ କରିଛନ୍ତି ବଡ ଖୁଲାସା। ବି-ଟାଉନର ଡାର୍ଟି ଅନୁଭୂତି ବଖାଣିଛନ୍ତି ୯୦ ଦଶକର ପୂର୍ବତନ ଅଭିନେତ୍ରୀ ସୋମି ଅଲ୍ଲି, ଯାହାକୁ ନେଇ ଏବେ ସେ ପୁଣି ଥରେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ୧୬ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିବା ସୋମି ଅଲ୍ଲି, ରଙ୍ଗୀନ ଦୁନିଆର କଳା କାହାଣୀର ବଖାଣିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ସୋମି ଅଲ୍ଲି କହିଛନ୍ତି,  ବଲିଉଡରେ ଏଣ୍ଟ୍ରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବି-ଟାଉନ୍‌ର ଡାର୍ଟି ଖୁଲାସା କଲେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ

Somy ali and salman

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଦବଙ୍ଗ ଖାନ୍‌ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ନିକଟରେ ସେ ବଲିଉଡକୁ ନେଇ କରିଛନ୍ତି ବଡ ଖୁଲାସା। ବି-ଟାଉନର ଡାର୍ଟି ଅନୁଭୂତି ବଖାଣିଛନ୍ତି ୯୦ ଦଶକର ପୂର୍ବତନ ଅଭିନେତ୍ରୀ ସୋମି ଅଲ୍ଲି, ଯାହାକୁ ନେଇ ଏବେ ସେ ପୁଣି ଥରେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି।

Advertisment

୧୬ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିବା ସୋମି ଅଲ୍ଲି, ରଙ୍ଗୀନ ଦୁନିଆର କଳା କାହାଣୀର ବଖାଣିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ସୋମି ଅଲ୍ଲି କହିଛନ୍ତି,  ବଲିଉଡରେ ଏଣ୍ଟ୍ରି କରିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଇଣ୍ଡଷ୍ଟ୍ରିକୁ ଆସିବା ପରେ ତାଙ୍କ ଅନୁଭିତି ବେଶ୍‌ ଖରାପ ଥିଲା।  କିଛି ନିର୍ଦ୍ଦେଶକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ। ଏହାପରେ ସେ ଫିଲ୍ମରେ ଆଉ କାମ କରିବେ ନାହିଁ ବୋଲି ମନସ୍ଥ କରିନେଥିଲେ ବୋଲି କହିଛନ୍ତି।

[caption id="attachment_632448" align="aligncenter" width="650"]Somy Ali Actress Somy Ali[/caption]

Advertisment

ସୋମି ଆହୁରି କହିଛନ୍ତି, ନିକଟରେ ତାଙ୍କର କିଛି ପ୍ରଶଂସକ ବଳିଉଡକୁ ଫେରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ସେଠାକୁ ପୁଣିଥରେ ଯିବାକୁ ଚାହାନ୍ତି ନାହିଁ। ସେଠାକୁ ଯାଇ ନିଜ ଅତୀତକୁ ପୁଣି ଥରେ ଦୋହରାଇବା ପାଇଁ ଚାହାନ୍ତି ନାହିଁ। ଆଜି ସେ ଯେଉଁଠି ଅଛନ୍ତି ଖୁସି ଅଛନ୍ତି ବୋଲି ସୋମି କହିଛନ୍ତି। ନକଟରେ ସଲମାନ ଖାନ୍‌ ତାଙ୍କୁ ଧୋକା ଦେଇଥିବା ନେଇ ମଧ୍ୟ ସୋମି ଅଲ୍ଲି ଖୁଲାସା କରିଥିଲେ। ସଲମାନ ତାଙ୍କୁ ପ୍ରତାରଣା କରିଛନ୍ତି। ଏଥିପାଇଁ ସେ ତାଙ୍କ ସହ ବ୍ରେକଅପ୍‌ କରିବାକୁ ବାଧ୍ୟ ହୋଇଥିଲେ ବୋଲି ସୋମି କହିଛନ୍ତି।

ସୂଚନା ଯୋଗ୍ୟ ଯେ, ସଲମାନଙ୍କ ପ୍ରେମରେ ପାଗଳ ହୋଇ ପାକିସ୍ତାନରୁ ମୁମ୍ବାଇ ଚାଲିଆସିଥିଲେ ଅଭିନେତ୍ରୀ ସୋମି ଅଲ୍ଲି। ଏହାପରେ ୯୦ ଦଶକରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। କିଛି ଫିଲ୍ମରେ କାମ କରି ସେ ବଲିଉଡରେ ନିଜ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ। ହେଲେ ସଲମାନଙ୍କ ସହ ସମ୍ପର୍କକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ।

ଭଭୟ ୮ ବର୍ଷ ଯାଏଁ ପରସ୍ପରକୁ ଡେଟ୍‌ କରିଥିଲେ। ସୋମି ଏବଂ ସଲମାନ ପରସ୍ପରକୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ଶେଷରେ ୧୯୯୯ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହାପରଠାରୁ ସୋମି ବଲିଉଡ ଠାରୁ ଦୂରେଇ ଯାଇଛନ୍ତି।

Bollywood