Advertisment

Salim Khan: ହସ୍ପିଟାଲରେ ଭର୍ତ୍ତି ହେଲେ ସଲିମ ଖାନ, ଆଇସିୟୁରେ ଚାଲିଛି ଚିକିତ୍ସା

ସକାଳ ପରଠାରୁ ସଲିମଙ୍କ ଚିକିତ୍ସା ଆଇସିୟୁରେ ଚାଲିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ ଜାରି କରାଯାଇ ନାହିଁ। ସେହିପରି ଖାନ ପରିବାର ପକ୍ଷରୁ ମଧ୍ୟ କୌଣସି ବିବୃତି ଜାରି କରାଯାଇ ନାହିଁ।

Salim-Khan

ସଲିମ ଖାନଙ୍କ ସହ ପୁଅ ସଲମାନ ଖାନ (ଫାଇଲ ଫଟୋ)

Advertisment

ବଲିଉଡ(Bollywood)ର ଭେଟରାନ ଚିତ୍ରନାଟ୍ୟ ଲେଖକ ତଥା କାହାଣୀକାର ସଲିମ ଖାନ ଗୁରୁତର ଅସୁସ୍ଥ। ଏଥିପାଇଁ ୯୦ ବର୍ଷୀୟ ସଲିମ ଖାନଙ୍କୁ ମୁମ୍ବାଇ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ବାନ୍ଦ୍ରା ସ୍ଥିତ ଲୀଳାବତୀ ହସ୍ପିଟାଲରେ ସଲିମ ଖାନଙ୍କ ଚିକିତ୍ସା ଚାଲିଛି। ସକାଳ ଠାରୁ ତାଙ୍କ ପୁଅ ସଲମାନ ଖାନ ସେଠାରେ ରହିଥିଲେ। ସେ ପ୍ରାୟ ଘଣ୍ଟାଏ ତଳେ ହସ୍ପିଟାଲରୁ ବାହାରି ନିଜ ବାସଭବନକୁ ଯାଇଥିବା ଭିଡିଓ ସାମ୍ନାକୁ ଆସିଛି। 

Advertisment

ପିଟିଆଇରେ ପ୍ରକାଶିତ ଖବର ଅନୁସାରେ, ସଲିମ ଖାନଙ୍କୁ ଆଜି ସକାଳେ ହସ୍ପିଟାଲ ନିଆ ଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସଲିମ ଖାନଙ୍କ ଝିଅ ଆଲଭିରା ଖାନ, ଜ୍ୱାଇଁ ଅତୁଲ ଅଗ୍ନିହୋତ୍ରୀ ଓ ନାତି ଆର୍ଯ୍ୟନ ଅଗ୍ନିହୋତ୍ରୀ ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। ସଲିମ ଖାନଙ୍କ ପାଳିତା କନ୍ୟା ଅର୍ପିତା ଖାନଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ସହ ମଧ୍ୟ ହସ୍ପିଟାଲରେ ଦେଖିବାକୁ ମିଳିଛି।

ସକାଳ ପରଠାରୁ ସଲିମଙ୍କ ଚିକିତ୍ସା ଆଇସିୟୁରେ ଚାଲିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ ଜାରି କରାଯାଇ ନାହିଁ। ସେହିପରି ଖାନ ପରିବାର ପକ୍ଷରୁ ମଧ୍ୟ କୌଣସି ବିବୃତି ଜାରି କରାଯାଇ ନାହିଁ। କିନ୍ତୁ ସଲିମଙ୍କ ପରିବାର ଲୋକ ଓ ସମ୍ପର୍କୀୟ ହସ୍ପିଟାଲକୁ ଆସିବାରେ ଲାଗିଛନ୍ତି। 

Advertisment

ସଲିମ ଖାନ ନିଜର ଆଇକନିକ ଫିଲ୍ମ ଶୋଲେ, ହାତୀ ମେରା ସାଥୀ, ଜଞ୍ଜିର ଓ ମିଷ୍ଟର ଇଣ୍ଡିଆ ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଏହି ଫିଲ୍ମଗୁଡ଼ିକର କାହାଣୀ ସଲିମ ଖାନ ଲେଖିଥିଲେ।

ନିକଟରେ ଅର୍ଥାତ ୨୦୨୪ ନଭେମ୍ବର ୨୪ରେ ସେ ନିଜ ପରିବାର ଲୋକଙ୍କ ସହ ନିଜର ୯୦ତମ ଜନ୍ମ ଦିନ ମଧ୍ୟ ପାଳିଥିଲେ। ସଲିମ ଖାନଙ୍କ ସାନ ପୁଅ ତଥା ଅଭିନେତା ଶୋହେଲ ଖାନ ମଧ୍ୟ ସେପ୍ଟେମ୍ବର ମାସରେ ପରିବାର ଲୋକଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଥିରେ ସଲିମଙ୍କ ବ୍ୟତୀତ ତାଙ୍କ ପତ୍ନୀ ହେଲେନ ମଧ୍ୟ ରହିଥିଲେ। 

୯୦ତମ ଜନ୍ମ ଦିନର କିଛି ଦିନ ପୂର୍ବରୁ ସଲିମ ଖାନ ନିଜର ପ୍ରଥମ ପତ୍ନୀ ସଲମା ଖାନଙ୍କ ସହ ୬୧ତମ ବିବାହ ବାର୍ଷିକ ଉତ୍ସବ ମଧ୍ୟ ପାଳନ କରିଥିଲେ। ଏଥିରେ ପରିବାର ଓ କିଛି ବନ୍ଧୁ ଯୋଗ ଦେଇଥିଲେ। 

୧୯୬୦ରେ ସଲିମ ଖାନ ଜଣେ ଅଭିନେତା(Entertainment) ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତିଶ୍ରୀ ମଞ୍ଜିଲ ଓ ସରହାଦି ଲୁଟେରା ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କାହାଣୀ ଲେଖକ ବନି ଯାଇଥିଲେ। 

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe