ସମନ୍ଥାଙ୍କୁ ଗୁରୁତର ରୋଗ, ଶୁଟିଂ ଛାଡ଼ି ବିଦେଶ ଗଲେ

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଫେମସ୍‌ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ତାଙ୍କ ସୁନ୍ଦର ଚେହେରା ଓ ଆଉ ଆକ୍ଟିଂରେ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟରେ ରାଜ କରନ୍ତି। ସାଉଥ ପରେ ଖୁବଶୀଘ୍ର ସେ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ତାଙ୍କୁ ନେଇ ଆସିଛି ବଡ ଖବର। ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି ସମନ୍ଥା। ମିଡିଆ ରିପୋର୍ଟ ଅନୁସାରେ ସମନ୍ଥା ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଦେଇ ବର୍ତ୍ତମାନ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ […]

Samantha

Madhupriya Mistry
  • Published: Tuesday, 20 September 2022
  • , Updated: 20 September 2022, 02:21 PM IST

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଫେମସ୍‌ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ତାଙ୍କ ସୁନ୍ଦର ଚେହେରା ଓ ଆଉ ଆକ୍ଟିଂରେ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟରେ ରାଜ କରନ୍ତି। ସାଉଥ ପରେ ଖୁବଶୀଘ୍ର ସେ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ତାଙ୍କୁ ନେଇ ଆସିଛି ବଡ ଖବର। ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି ସମନ୍ଥା।

ମିଡିଆ ରିପୋର୍ଟ ଅନୁସାରେ ସମନ୍ଥା ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଦେଇ ବର୍ତ୍ତମାନ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ନିଜ ଫିଲ୍ମର ଶୁଟିଂକୁ ଅଧାରୁ ଅଟକାଇବାକୁ ପଡିଛି। ଏଥିସହ ସମନ୍ଥା କ୍ୟାମେରା ସାମ୍ନାକୁ ଆସିବା ପାଇଁ ମଧ୍ୟ ଭୟ କରୁଛନ୍ତି। ସେ କ୍ୟାମେରା ଓ ଲୋକଙ୍କ ଠାରୁ ଦୂରେଇ ରହୁଛନ୍ତି।

ସମନ୍ଥା ବର୍ତ୍ତମାନ 'Polymorphic Light Eruption' ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହା ଏକ ଚର୍ମ ଜନିତ ରୋଗ। ସୂର୍ଯ୍ୟ କିରଣରେ ଅଧିକ ଏକ୍ସପୋଜର ହେବା ଯୋଗୁ ଏହି ରୋଗ ହୋଇଥାଏ। ସମନ୍ଥା ବର୍ତ୍ତମାନ ନିଜ କାମରୁ ବ୍ରେକ୍‌ ନେଇ ଓ ଶୁଟିଂକୁ ଅଧାରୁ ଛାଡି ବିଦେଶ ଗସ୍ତରେ ଅଛନ୍ତି। ସେ ସେଠାରେ ନିଜର ଏହି ରୋଗର ଚିକିତ୍ସା ଆରମ୍ଭ କରିଥିବା ସୂଚନା ମିଳିଛି।

ଖୁବଶୀଘ୍ର ସମନ୍ଥା ନିଜର ବଲିଉଡର ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପୋଜିଟ୍‌ରେ ନଜର ଆସିବେ। ଶେଷଥର ପାଇଁ ସମନ୍ଥାଙ୍କୁ ଟକ୍‌ ଶୋ' 'କଫି ୱିଥ କରଣ'ରେ ଦେଖିବାକୁ ମିଳିଥିଲା। ସେ ଏଥିରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ।

 

View this post on Instagram

 

A post shared by Samantha (@samantharuthprabhuoffl)

Related story