Advertisment

ଶୁଟିଂ ବେଳେ ଦୁର୍ଘଟଣାର ଶିକାର ହେଲେ ସମନ୍ଥା

ତାଙ୍କ ହାତରେ ଆଘାତ ଲାଗି ଥିବା ଦେଖିବାକୁ ମିଳିଛି।

Samantha Ruth Prabhu

Samantha Ruth Prabhu

Advertisment

ଦୁର୍ଘଟଣାର ଶିକାର ହେଲେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ଫିଲ୍ମ ଶୁଟିଂ ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। 

Advertisment

ସମନ୍ଥା ରୁଥ ପ୍ରଭୁ ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ନିଜ ପ୍ରଫେସନାଲ ଲାଇଫ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ଜିନିଷ ସେ ଫ୍ୟାନ୍‌ମାନଙ୍କ ସହ ଶେଆର କରନ୍ତି। ନିକଟରେ ସେ ଏକ ଫଟୋ ଶେଆର କରିଛନ୍ତି। ଫଟୋରେ ତାଙ୍କ ହାତରେ ଆଘାତ ଲାଗି ଥିବା ଦେଖିବାକୁ ମିଳିଛି। 

ତାଙ୍କ ଦୁଇ ହାତର ଆଙ୍ଗୁଠିରେ ଆଘାତ ଲାଗିଛି। ଏହି ଫଟୋକୁ ଶେଆର କରି ସମନ୍ଥା କ୍ୟାପସନରେ ଲେଖିଛନ୍ତି, ‘ଆକ୍ସନ୍ କା ଭତ୍ତା’ ତାଙ୍କୁ ଏହି ଆଘାତ ଆକ୍ସନ ଷ୍ଟଣ୍ଟ କରିବା ବେଳେ ଲାଗିଥିବା ଏହି କ୍ୟାପସନରୁ ଜଣାପଡୁଛି। 

Advertisment

ଉଲ୍ଲେଖଯୋଗ୍ୟ, ସମନ୍ଥା ବର୍ତ୍ତମାନ ଆମେରିକାନ୍ ସିରିଜ ‘ସିଟାଡେଲ୍‌’ର ହିନ୍ଦୀ ଆଡପଟେସନ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିରିଜକୁ ରାଜ ଓ ଡିକେ ନିର୍ଦ୍ଦେଶନା ଦେଉଛନ୍ତି। ସିରିଜ୍‌ରେ ସମନ୍ଥାଙ୍କ ସହ ବରୁଣ ଧୱନ ନଜର ଆସିବେ। ଉଭୟଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ଏହା ଏକ ସ୍ପାଏ ଥ୍ରୀଲର ସିରିଜ।

Samantha Ruth Prabhu Bollywood Bollywood News Citadel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe