Advertisment

ଆର୍ଯ୍ୟନଙ୍କ ପାଇଁ କାକୁତିମିନତି ହୋଇଥିଲେ ଶାହରୁଖ ଖାନ: ଦାବି କଲେ ସମୀର ୱାଙ୍ଖେଡେ

ହ୍ୱାଟସଆପ୍‌ ଚ୍ୟାଟ୍‌ରେ ଶାହରୁଖ ଖାନ ଲେଖିଥିଲେ ଯେ “ଆର୍ଯ୍ୟନ ଏମିତି ଜଣେ ମଣିଷ ହେବ, ଯାହା ଉପରେ ମୋତେ ଓ ଆପଣଙ୍କୁ ଗର୍ବ ହେବ। ଏହି ଘଟଣା ତା’ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେବ। ଏନେଇ ମୁଁ ଆପଣଙ୍କୁ ଭରସା ଦେଉଛି।

author-image
Hemant Lenka
Sameer Wankhede

Sameer Wankhede

ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜେଲରେ ଭର୍ତ୍ତି କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେ ଏବେ ସିବିଆଇ ମାମଲାରେ ଫସିଛନ୍ତି।

Advertisment

ସିବିଆଇ ତାଙ୍କ ନାଁରେ ୨୫ କୋଟି ଲାଞ୍ଚ ଅଭିଯୋଗ ଆଣିବା ସହ ମାମଲା କରିଛି। ସମୀର ଏବେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ କରିଥିବା ମାମଲାକୁ ଖାରଜ କରିବା ପାଇଁ ସେ କୋର୍ଟରେ ନିବେଦନ କରିଛନ୍ତି।

ଆବେଦନ ସହ ଆର୍ଯ୍ୟନଙ୍କ ପାଇଁ ଶାହରୁଖ କେମିତି କାକୁତିମିନତି ହେଉଥିଲେ, ସେକଥା ମଧ୍ୟ ସେ ଦର୍ଶାଇଛନ୍ତି। ଶାହରୁଖ ଖାନ ତାଙ୍କୁ କରିଥିବା ମେସେଜର ପୂରା ସ୍କ୍ରିନ ଶଟ୍‌କୁ ସମୀର ୱାଙ୍ଖେଡେ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। ଆର୍ଯ୍ୟନ ଯେତେବେଳେ ଟ୍ରଗ୍ସ ମାମଲାରେ ଜେଲରେ ଥିଲେ ସେତେବେଳେ ଶାହରୁଖ ଖାନ ଓ ସମୀର ୱାଙ୍ଖେଡେଙ୍କ ମଧ୍ୟରେ ହ୍ୱାଟସଆପ୍‌ରେ କଥାବାର୍ତ୍ତା ଚାଲିଥିଲା।

Advertisment

ଦୁଇ ଜଣଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲା, ଏବେ ସେସବୁ ଖୁଲାସ ହୋଇଛି। ସମୀର ୱାଙ୍ଖେଡେ କୋର୍ଟରେ ଦାଖଲ କରିଥିବା ନିଜ ଆବେଦନରେ ସେସବୁ କଥା ଉଲ୍ଲେଖ କରିଛନ୍ତି। ତାଙ୍କର ଦାବି ହେଲା ଏସବୁ ମେସେଜ ଶାହରୁଖ ଖାନ ତାଙ୍କୁ ପଠାଇଥିଲେ।

ଶାହରୁଖ ଖାନ ବାରମ୍ବାର ପୁଅ ଆର୍ଯ୍ୟନଙ୍କ ଧ୍ୟାନ ଜେଲରେ ରଖିବାକୁ ସମୀରଙ୍କୁ ଅନୁରୋଧ କରିଥିଲେ। ସେ ଅନେକ ଥର ସମୀରଙ୍କୁ ନିବେଦନ କରି କହିଥିଲେ ଯେ “ଦୟା କରି ଆର୍ଯ୍ୟନ ପ୍ରତି ଟିକିଏ କୋହଳ ମନୋଭାବ ପ୍ରଦର୍ଶନ କରିବେ। ତାଙ୍କୁ ଅପରାଧୀଙ୍କ ଭଳି ଜେଲରେ ରଖନ୍ତୁ ନାହିଁ। ସେ ସଂପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିବ।”

ହ୍ୱାଟସଆପ୍‌ ଚ୍ୟାଟ୍‌ରେ ଶାହରୁଖ ଖାନ ଲେଖିଥିଲେ ଯେ “ଆର୍ଯ୍ୟନ ଏମିତି ଜଣେ ମଣିଷ ହେବ, ଯାହା ଉପରେ ମୋତେ ଓ ଆପଣଙ୍କୁ ଗର୍ବ ହେବ। ଏହି ଘଟଣା ତା’ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେବ। ଏନେଇ ମୁଁ ଆପଣଙ୍କୁ ଭରସା ଦେଉଛି।

ଆମକୁ ପରିଶ୍ରମୀ ଓ ସଚ୍ଚୋଟ ଯୁବକ ଦରକାର, ଯିଏ ଦେଶକୁ ଆଗକୁ ନେଇ ଯାଇପାରିବେ। ଆପଣ ଓ ମୁଁ ଆମର ଦାୟିତ୍ୱ କରିଛେ। ଯାହାକୁ ଆଗାମୀ ପିଢ଼ି ଅନୁସରଣ କରିବେ। ଭବିଷ୍ୟତ ପାଇଁ ଆମେ ସେମାନଙ୍କୁ ବଦଳାଇବା। ଆପଣଙ୍କ ସହାୟତା ଓ ଦୟା ମନୋଭାବ ପାଇଁ ପୁଣିଥରେ ଧନ୍ୟବାଦ। ଭଗବାନ ଆପଣଙ୍କର ଭଲ କରନ୍ତୁ। ମୋତେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରିବାକୁ ପଡ଼ିବ। ଏହାଦ୍ୱାରା ମୁଁ ଆପଣଙ୍କୁ ଆଲିଙ୍ଗନ କରିପାରିବି।

ଦୟା କରି ଆପଣ ଫ୍ରି ଥିଲା ବେଳେ ମୋତେ କହିବେ। ମୋର ସହାୟତା କରିଥିବାରୁ ଧନ୍ୟବାଦ। ମୁଁ ସବୁବେଳେ ଆପଣଙ୍କ ପାଖରେ ଋଣୀ ରହିବି। ମୁଁ ସତରେ ଭାବୁଛି ଯେ ଆପଣ ଆପଣଙ୍କ କ୍ଷମତା ହିସାବାରେ ସବୁ ପ୍ରକାରର ଚେଷ୍ଟା କରିଥିବେ। ମୁଁ ଜଣେ ବାପା ହିସାବରେ ମଧ୍ୟ ଠିକ ଭାବୁଛି। ବେଳେବେଳେ ଆମର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଉପଯୁକ୍ତ ନଥାଏ। ଧୈର୍ଯ୍ୟ ଜରୁରୀ। ଧନ୍ୟବାଦ।

ଦୟା କରି ମୋ ପୁଅକୁ ଘରକୁ ପଠାଇ ଦିଅନ୍ତୁ

ମୁଁ ଆପଣଙ୍କ ନିକଟରେ ଭିକ ମାଗୁଛି ଯେ ତାକୁ ଜେଲରେ ରହିବାକୁ ଦିଅନ୍ତୁ ନାହିଁ। ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିବ। ତା’ର ଆତ୍ମା ପୂରା ଧ୍ୱଂସ ହୋଇଯିବ। ଆପଣ ମୋତେ କଥା ଦେଇଥିଲେ ଯେ ମୋ ପୁଅକୁ ଆପଣ ସୁଧାରିବେ। ତାକୁ ଆପଣ ଏମିତି ସ୍ଥାନକୁ ପଠାଇବେ ନାହିଁ, ଯେଉଁଠୁ ସେ ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ହୋଇ ଆସିବ। ଆପଣ ଜଣେ ଭଲ ବ୍ୟକ୍ତି ହିସାବରେ ତା’ ସହ କାହିଁକି ଏମିତି କରୁଛନ୍ତି?

କ’ଣ ସେହି ସ୍ୱାର୍ଥ ପର ଲୋକଙ୍କ ପାଇଁ? ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ସେହି ସବୁ ଲୋକଙ୍କ ପାଖକୁ ଯିବି ଓ ଆପଣଙ୍କୁ କିଛି ନ କହିବାକୁ ନିବେଦନ କରିବି।

ମୁଁ ମୋର କ୍ଷମତା ବଳରେ ସବୁ କିଛି କରିବାକୁ ଚେଷ୍ଟା କରିବି। କିନ୍ତୁ ଦୟା କରି ମୋ ପୁଅକୁ ଘରକୁ ଛାଡ଼ି ଦିଅନ୍ତୁ। ଆପଣ ବି ଜାଣିଛନ୍ତି, ତା’ ସହ ବହୁତ ଅଧିକ କିଛି ହୋଇଯାଇଛି। ପ୍ଲିଜ ପ୍ଲିଜ ଜଣେ ବାପା ହିସାବରେ ମୁଁ ଆପଣଙ୍କ ପାଖରେ ଭିକ ମାଗୁଛି ବୋଲି ଶାହରୁଖ କହିଥିଲେ। 

ତେବେ ଏ ସମ୍ପର୍କରେ ଶାହରୁଖ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

Entertainment