ୟୁପି ପରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ସମ୍ରାଟ ପୃଥ୍ୱୀରାଜ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ରାଜା ପୃଥ୍ୱୀରାଜଙ୍କ ପରାକ୍ରମକୁ ଫିଲ୍ମ ମାଧ୍ୟମରେ ବେଶ ନାଟକୀୟ ଢଙ୍ଗରେ ଦେଖାଇବାକୁ ନିର୍ମାତା ଚେଷ୍ଟା କରିଛନ୍ତି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟରେ ଟିକସ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମର ସ୍ପେଶାଲ ସ୍କ୍ରିନିଂକୁ […]

Pritviraj

Hemant Lenka
  • Published: Friday, 03 June 2022
  • , Updated: 03 June 2022, 01:46 PM IST

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ରାଜା ପୃଥ୍ୱୀରାଜଙ୍କ ପରାକ୍ରମକୁ ଫିଲ୍ମ ମାଧ୍ୟମରେ ବେଶ ନାଟକୀୟ ଢଙ୍ଗରେ ଦେଖାଇବାକୁ ନିର୍ମାତା ଚେଷ୍ଟା କରିଛନ୍ତି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟରେ ଟିକସ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମର ସ୍ପେଶାଲ ସ୍କ୍ରିନିଂକୁ ଦେଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ରାଟ ପୃଥ୍ୱୀରାଜ ଫିଲ୍ମକୁ ୟୁପିରେ ଟ୍ୟାକ୍ସ ଫ୍ରି କରାଯାଇଥିଲା। ଏବେ ଏହି ଟିକସ ଫ୍ରି ତାଲିକାରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଯୋଡ଼ି ହୋଇଯାଇଛନ୍ତି। ଏହି ଦୁଇ ରାଜ୍ୟରେ ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି।

ରିଲିଜ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ବି ଅକ୍ଷୟ କୁମାର ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିଥିଲେ। ଶ୍ରୀ ଶାହ ଏହାକୁ ଦେଖି ବେଶ ପ୍ରଶଂସା କରିଛନ୍ତି। ସେହିପରି ଲକ୍ଷ୍ନୌରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ ସଦସ୍ୟମାନେ ଫିଲ୍ମକୁ ଦେଖିଥିଲେ। ଏହି ସ୍ପେଶାଲ ସ୍କ୍ରିନିଂ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ଫିଲ୍ମର ନିର୍ମାତା ଓ ହିରୋଇନ ମାନୁଷୀ ଛିଲ୍ଲର ଯୋଗଦେଇଥିଲେ। ଫିଲ୍ମ ଦେଖି ସାରିବା ପରେ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ସମ୍ରାଟ ପୃଥ୍ୱୀରାଜକୁ ୟୁପିରେ ଟିକସ ମୁକ୍ତ କରାଯାଇଥିବା ଘୋଷଣା କରିଥିଲେ। ଅକ୍ଷୟ କୁମାର ଏଥିପାଇଁ ଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି।


ଯୋଗୀଙ୍କ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଟ୍ୱିଟ କରି ଫିଲ୍ମକୁ ଟିକସ ମୁକ୍ତ କରାଯାଇଥିବା ଘୋଷଣା କରିଛନ୍ତି।

ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ମହାନ ଯୋଦ୍ଧା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’କୁ ମଧ୍ୟପ୍ରଦେଶରେ ଟିକସ ମୁକ୍ତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ମହାନ ସମ୍ରାଟଙ୍କ ଜୀବନ ବିଷୟକୁ ଅଧିକରୁ ଅଧିକ ଯୁବବର୍ଗ ଦେଖନ୍ତୁ। ଏହାଦ୍ୱାରା ମାତୃଭୂମି ପ୍ରତି ସେମାନଙ୍କର ଅଧିକ ଭଲ ପାଇବା ଜାଗୃତ ହେବ।”

ଏହାର ଜବାବରେ ଅକ୍ଷୟ କୁମାର କହିଛନ୍ତି, “ଆପଣଙ୍କ ନିଷ୍ପତ୍ତି ଭାରତର ଜଣେ ମହାନ ଯୋଦ୍ଧାଙ୍କ ଅଦଭୂତ କାହାଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟକ ହେବ। ସମ୍ରାଟ ପୃଥ୍ୱୀରାଜର ପୂରା ଟିମ୍‌ ତରଫରୁ ଆପଣଙ୍କୁ ଧନ୍ୟବାଦ।” ପୁଷ୍କର ସିଂହ ଧାମି ମଧ୍ୟ ଉତ୍ତରାଖଣ୍ଡରେ ସମ୍ରାଟ ପୃଥ୍ୱୀରାଜ ଟିକସ ମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି।


ସୂଚନାଯୋଗ୍ୟ, ସମ୍ରାଟ ପୃଥ୍ୱୀରାଜ ଆଜି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ସମଗ୍ର ଦେଶରେ ରିଲିଜ ହୋଇଛି।

Related story