Advertisment

ଅଟକିଲା ଆଲିଆଙ୍କ ଫିଲ୍ମ ଶୁଟିଂ, ସଞ୍ଜୟ ଲୀଲା ଭଂସାଲିଙ୍କୁ କରୋନା

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା। ଏହି କିଲର ଭାଇରସ କବଳରେ ପଡୁଛନ୍ତି ଜଣଙ୍କ ପରେ ଜଣେ ବଲିଉଡ ଷ୍ଟାର। ଅଭିନେତା ରଣବୀର କପୁରଙ୍କ ପରେ ଏବେ ନାମୀଦାମୀ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ପାଳି ପଡିଛି। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏକ ମିଡିଆ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ଘରେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି। ଡାକ୍ତରଙ୍କ […]

ଅଦ୍ୟତନ ହୋଇଛି
ଅଟକିଲା ଆଲିଆଙ୍କ ଫିଲ୍ମ ଶୁଟିଂ, ସଞ୍ଜୟ ଲୀଲା ଭଂସାଲିଙ୍କୁ କରୋନା

Sanjay-leela-Bhansali-and-A

Advertisment

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା। ଏହି କିଲର ଭାଇରସ କବଳରେ ପଡୁଛନ୍ତି ଜଣଙ୍କ ପରେ ଜଣେ ବଲିଉଡ ଷ୍ଟାର। ଅଭିନେତା ରଣବୀର କପୁରଙ୍କ ପରେ ଏବେ ନାମୀଦାମୀ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ପାଳି ପଡିଛି। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏକ ମିଡିଆ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଛି।

Advertisment

ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ଘରେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି।

ସେପଟେ ଭଂସାଲି କରୋନା ଆକ୍ରାନ୍ତ ହେବା ପରେ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁ ବାଇ କାଠିଆବାଡି’ ଶୁଟିଂ ବନ୍ଦ କରିବାକୁ ପଡିଛି। ବହୁ ଦିନ ଧରି ସଂଜୟ ଏହି ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ମୁମ୍ବାଇର ଫିଲ୍ମ ସିଟିରେ ଫିଲ୍ମର ଶୁଟିଂ ଚାଲିଥିଲା। ଗତ ୨୪ ତାରିଖ ଦିନ ଏହି ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବାର ଥିଲା କିନ୍ତୁ କରୋନା ପାଇଁ ହୋଇପାରିନଥିଲା। ଏବେ ଜୁଲାଇ ୩୦ରେ ଫିଲ୍ମ ‘ଗଙ୍ଗୁ ବାଇ କାଠିଆବାଡି’ ବଡ ପରଦାକୁ ଆସିବ।

Advertisment

ସୂଚନା ଯୋଗ୍ୟ ଯେ, ସଞ୍ଜୟ ଲୀଲା ଭାଂସାଲିଙ୍କ ପୂର୍ବରୁ ଅଭିନେତା ରଣବୀର କପୁର କରୋନା ପଜିଟିଭ ଥିବା ଖବର ସାମ୍ନାକୁ ଆସିଥିଲା। ମା’ ନୀତୁ କପୁର ତାଙ୍କ ଇନଷ୍ଟାଗ୍ରାମରେ ରଣବୀରଙ୍କ ଫଟୋ ସେଆର କରି ଏହି ସୂଚନା ଦେଇଥିଲେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe