Advertisment

କେଜିଏଫ୍ ପରେ ଆଉ ଏକ ସାଉଥ ଫିଲ୍ମରେ ସଞ୍ଜୟ

ସେ ଏବେ ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ଫେଭରେଟ୍ ଭିଲେନ୍ ପାଲଟି ଯାଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
sanjay dutt

sanjay dutt

ସାଉଥ ମୁହାଁ ସଞ୍ଜୁ ବାବା। କେଜିଏଫ୍ ପରେ ଆଉ ଏକ ସାଉଥ ଫିଲ୍ମରେ ନଜର ଆସିବେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ତେବେ ଏଥର ମଧ୍ୟ ତାଙ୍କର ଦେଖିବାକୁ ମିଳିବ ଭୟାନକ ଭିଲେନ ଅବତାର। ସେ ଏବେ ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ଫେଭରେଟ୍ ଭିଲେନ୍ ପାଲଟି ଯାଇଛନ୍ତି। 

Advertisment

କେଜିଏଫ୍‌-୨ରେ ଭିଲେନ୍ ଚରିତ୍ରରେ କାମ କରିବା ପରେ ସଞ୍ଜୟ ଦତ୍ତଙ୍କୁ ଏବେ ଆଉ ଏକ ଫିଲ୍ମରେ ମିଳିଛି ବଡ ରୋଲ। ସେ ଏବେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛନ୍ତି। ତାମିଲର ସୁପରଷ୍ଟାର୍ ଥଲପତି ବିଜୟଙ୍କ ସହ ସେ ଏବେ କରିବେ ସ୍କ୍ରିନ୍ ଶେଆର୍। ଅପ୍‌କମିଂ ଫିଲ୍ମ ‘ଥଲପତି-୬୭’ଖଳନାୟକ ଭୂମିକାରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ। ମଙ୍ଗଳବାର ଥଲପତି-୬୭ର ନିର୍ମାତା ସେଭେନ ସ୍କ୍ରିନ୍ ଷ୍ଟୁଡିଓଜ୍ ପକ୍ଷରୁ ସଞ୍ଜୟ ଦତ୍ତ ଏଥିରେ ସାମିଲ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 

Advertisment

ବଲିଉଡର ଅନେକ ବଡ ବଡ ଫିଲ୍ମରେ କାମ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସଞ୍ଜୟ ଦତ୍ତ ନିଜର ଭୟଙ୍କର ଭିଲେନ୍ ଅବତାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। କେଜିଏଫ୍ ଚାପ୍ଟର-୨ରେ ସଞ୍ଜୟ ଦତ୍ତ ଅଧିରା ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ଏହି ଚରିତ୍ର ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ତାଙ୍କର ଭୟଙ୍କର ଅନ୍ଦାଜ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଥିଲା। କେଜିଏଫ୍‌-୨ ଏକ କନ୍ନଡ ଫିଲ୍ମ ଥିଲା। ଏହା ଗତବର୍ଷର ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ ଥିଲା। 

ଥଲପତି-୬୭ ଫିଲ୍ମର ଲିଡ୍ ରୋଲରେ ଅଭିନେତା ବିଜୟ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ସାଉଥ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ୍ ଅଛନ୍ତି।  ଜାନୁଆରୀ ୨ରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କନଗରାଜୁ। ଏହାପୂର୍ବରୁ ବିଜୟ ଓ କନଗରାଜୁ ଫିଲ୍ମ ମାଷ୍ଟର୍‌ରେ ଏକାଠି କାମ କରିଥିଲେ। 

Bollywood News Sanjay Dutt