ଡୋନାଲ୍ଡ ଟ୍ରମ୍ପ ହେବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡର ଖଳନାୟକ ତଥା ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ନିଜର ଦମ୍‌ଦାର ଅଭିନୟ ବଳରେ ସେ ବି-ଟାଉନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ହିରୋ ଅପେକ୍ଷା ନିଜର ଖଳନାୟକ ଭୂମିକା ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଏବେ କିନ୍ତୁ ସଞ୍ଜୟ ଦତ୍ତ ଆଉ ଖଳନାୟକ ନୁହେଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେବାକୁ ମନ ବଳାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ […]

sanjay-dutt

Madhupriya Mistry
  • Published: Thursday, 29 September 2022
  • , Updated: 29 September 2022, 03:56 PM IST

ମୁମ୍ବାଇ: ବଲିଉଡର ଖଳନାୟକ ତଥା ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ନିଜର ଦମ୍‌ଦାର ଅଭିନୟ ବଳରେ ସେ ବି-ଟାଉନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ହିରୋ ଅପେକ୍ଷା ନିଜର ଖଳନାୟକ ଭୂମିକା ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଏବେ କିନ୍ତୁ ସଞ୍ଜୟ ଦତ୍ତ ଆଉ ଖଳନାୟକ ନୁହେଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେବାକୁ ମନ ବଳାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଏନେଇ ସେ ନିଜ ମନ କଥା ବଖାଣିଛନ୍ତି।

ନିକଟରେ ସଞ୍ଜୟ ତାଙ୍କର ଏକ ଫିଲ୍ମର ପ୍ରମୋସନ ପାଇଁ ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଏହି ସମୟରେ କପିଲ ସଞ୍ଜୟ ଦତ୍ତଙ୍କୁ ପଚାରିଥିଲେ ଯେ ଯଦି ସେ କୌଣସି ବ୍ୟକ୍ତିଙ୍କ ବାୟୋପିକ୍ କରିବାକୁ ଚାହାଁନ୍ତି, ତେବେ ସେ କାହା ଉପରେ କରିବେ। ଏହାର ଉତ୍ତରରେ ସଞ୍ଜୁ ବାବା ଡ୍ରୋନଲ୍ଡ ଟ୍ରମ୍ଫଙ୍କ ଉପରେ କରିବାକୁ ଚାହେଁ ବୋଲି କହିଥିଲେ। କାହିଁକି ନା ସେ ଜଣେ ବିନ୍ଦାସ ସ୍ଵଭାବର ବ୍ୟକ୍ତି। ସେ କିଛି ବି କହି ପକାନ୍ତି ବୋଲି ସଞ୍ଜୁ ବାବା କହିଥିଲେ। ଦ କପିଲ ଶର୍ମା ଶୋ'କୁ ସଞ୍ଜୟ ଦତ୍ତଙ୍କ ସହ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ଯାଇଥିଲେ।

ନିଜ କ୍ୟାରିୟରରେ ସଞ୍ଜୟ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। କିଛି ଦିନର ବ୍ରେକ୍‌ ପରେ ସଞ୍ଜୁ ବାବା ଏବେ ବଲିଉଡର ନିଜ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ନିକଟରେ ରିଲିଜ ହୋଇଥିବା ସାଉଥ ଫିଲ୍ମ କେଜିଏଫ୍‌-୨ରେ ସଞ୍ଜୟ ଦତ୍ତଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ଅଭିନୟ ଦେଖି ଲୋକେ ଅନେକ ପ୍ରଶଂସା ମଧ୍ୟ କରିଥିଲେ।

Related story