Advertisment

ପରଦାକୁ ଆସିବେ ଆଉ ଜଣେ କପୁର

ମୁମ୍ୱାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ କପୁର। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା। ସୋଶାଲ ମିଡିଆରେ ପପୁଲାର୍‌ ଷ୍ଟାର କିଡ୍‌ ଭାବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବିଗତ ଦିନରେ ଶନାୟା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଝିଅ ଫିଲ୍ମରେ ଡେବ୍ୟୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବାପା ସଞ୍ଜୟ କପୁର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଝିଅ […]

ଅଦ୍ୟତନ ହୋଇଛି
ପରଦାକୁ ଆସିବେ ଆଉ ଜଣେ କପୁର

kapoor

Advertisment

ମୁମ୍ୱାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ କପୁର। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା। ସୋଶାଲ ମିଡିଆରେ ପପୁଲାର୍‌ ଷ୍ଟାର କିଡ୍‌ ଭାବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି।

Advertisment

ବିଗତ ଦିନରେ ଶନାୟା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଝିଅ ଫିଲ୍ମରେ ଡେବ୍ୟୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବାପା ସଞ୍ଜୟ କପୁର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଝିଅ ଶନାୟା କପୁର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏକ ସାକ୍ଷାତକାରରେ ସଞ୍ଜୟ କହିଛନ୍ତି, ‘କରୋନା ମହାମାରୀ ପାଇଁ ଶନାୟାର ଡେବ୍ୟୁ କରିବାରେ ବିଳମ୍ୱ ହେଉଛି। କିନ୍ତୁ ଆମେ ଆଶା ରଖିଛୁ ଯେ ସବୁକିଛି ଖୁବ୍‌ଶୀଘ୍ର ଠିକ୍‌ ହୋଇଯିବ।’

Advertisment

https://www.instagram.com/p/Bl0zf6HlzXN/?utm_source=ig_web_copy_link

ଶନାୟା ବଲିଉଡ୍‌ରେ ଡେବ୍ୟୁ କରିବା ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଖବର। କେବେଠାରୁ ସେମାନେ ତାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।

https://www.instagram.com/p/BkH507xlZFG/?utm_source=ig_web_copy_link

ଫିଲ୍ମ ପରଦାକୁ ଆସି ନଥିଲେ ମଧ୍ୟ ବଡ଼ବାପାଙ୍କ ଝିଅ ତଥା ବଡ଼ ଭଉଣୀ ଜାହ୍ମବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସେନା : ଦ କାର୍ଗିଲ୍‌ ଗାର୍ଲ’ରେ ଶନାୟା ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

https://www.instagram.com/p/CAYdCLlg56p/?utm_source=ig_web_copy_link

ଏବେ କେବଳ ଦେଖିବାକୁ ବାକି ରହିଲା, ସୋଶାଲ ମିଡିଆରେ ନିଜ ଷ୍ଟାଇଲ୍‌ ଓ ଲୁକ ପାଇଁ ଲୋକପ୍ରିୟ ଥିବା ଶନାୟାଙ୍କୁ ସିଲଭର୍‌ ସ୍କ୍ରୀନରେ ଦର୍ଶକେ କିପରି ଗ୍ରହଣ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe