Advertisment

ଯୌତୁକ ମାଗି ଫସିଲେ ସ୍ୱପ୍ନା ଚୌଧୁରୀ, ମାମଲା ରୁଜୁ

ସ୍ୱପ୍ନାଙ୍କ ସମେତ ତାଙ୍କ ମା' ଓ ଭାଇଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Sapna choudhary

Sapna choudhary

Advertisment

ଅଡୁଆରେ ହରିୟାଣାର ଫେମସ୍‌ ଡ୍ୟାନ୍ସର ତଥା ଅଭିନେତ୍ରୀ ସ୍ୱପ୍ନା ଚୌଧୁରୀ। ସେ ଆଇନ ଜାଲରେ ଫସିଛନ୍ତି। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା। ତାଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ସ୍ୱପ୍ନାଙ୍କ ସମେତ ତାଙ୍କ ମା' ଓ ଭାଇଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଛି। କେବଳ ସେତିକି ନୁହେଁ ଏହି ତିନି ଜଣଙ୍କ ବିରୋଧରେ ମାରପିଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ସ୍ୱପ୍ନା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ତାଙ୍କ ଭାଉଜ ଯୌତୁକଜନୀନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ହରିଆଣାର ପଲୱାଲ୍‌ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସ୍ୱପ୍ନାଙ୍କ ସହ ତାଙ୍କ ଭାଇ କରଣ ଏବଂ ମାଆ ନୀଲମଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ୱପ୍ନାଙ୍କ ଭାଉଜଙ୍କ ଅଭିଯୋଗ ମୁତାବକ, ଶାଶୁଘର ଲୋକେ ତାଙ୍କୁ ଯୌତୁକରେ ଏକ କ୍ରେଟା ଗାଡ଼ି ଦାବି କରିଥିଲେ। ହେଲେ ସେ ଏଥିରେ ରାଜି ନ ହେବାରୁ ତାଙ୍କୁ ଶାଶୁ, ନଣନ୍ଦ ଓ ସ୍ୱାମୀ ମିଶି ମାରପିଟ୍‌ କରିବା ସହ ନିର୍ଯାତନା ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଯୌନ ଶୋଷଣର ଶିକାର ମଧ୍ୟ ହେବାକୁ ପଡିଥିବା କହିଛନ୍ତି।

Advertisment

ପୀଡିତା ମହିଳା ୨୦୧୮ ମସିହାରେ ସ୍ୱପ୍ନାଙ୍କ ଭାଇ କରଣଙ୍କୁ ବିବାହ କରିଥିଲେ। ତାଙ୍କ ଝିଅ ଜନ୍ମ ହେବା ପରେ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ ଏକ କ୍ରେଟା କାର୍‌ ମାଗିଥିଲେ। ଏପରିକି ତାଙ୍କ ବାପା ୩ ଲକ୍ଷ ଟଙ୍କା, ସୁନା, ରୁପା ଅଳଙ୍କାର ଓ କପଡ଼ା ଉପହାର ଆକାରରେ ଦେଇଥିଲେ। ହେଲେ ଏହି ଉପହାରରେ ତାଙ୍କ ଶାଶୁଘର ଲୋକ ଅସନ୍ତୁଷ୍ଟ ହୋଇ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe