ସାରାଙ୍କ ଡ୍ରାଇଭରଙ୍କୁ କରୋନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା ହୋଇଛି। ସୋମବାର ବିଳମ୍ବିତ ରାତିରେ ସାରା ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏ ବିଷୟରେ ଜଣାଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଡ୍ରାଇଭରଙ୍କୁ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ମିଳିବା ପରେ ହିଁ ବିଏମସିକୁ ସୂଚନା ଦେଇଥିଲୁ ଏବଂ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି। ମୋ ପରିବାର ଓ ଘରେ ଥିବା ଅନ୍ୟ ଷ୍ଟାଫ୍ଙ୍କର ରିପୋର୍ଟ ନେଗେଟିଭ ଆସିଛି। ଆମେ ସମସ୍ତେ ଘରେ କରୋନା କଟକଣା ମଧ୍ୟରେ ରହୁଛୁ। ବିଏମସି ଦେଇଥିବା ଗାଇଡଲାଇନକୁ ମାନୁଛୁ। ଧନ୍ୟବାଦ।’
ସୂଚନାଯୋଗ୍ୟ, ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଜୟା ବଚ୍ଚନ ଓ ସେମାନଙ୍କର ୨୬ ଜଣ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।