ସାରାଙ୍କ ଡ୍ରାଇଭରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା ହୋଇଛି। ସୋମବାର ବିଳମ୍ବିତ ରାତିରେ ସାରା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏ ବିଷୟରେ ଜଣାଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଡ୍ରାଇଭରଙ୍କୁ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। https://www.instagram.com/p/CCl6OJoJDMh/?igshid=1oybxy549mz73 ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ମିଳିବା ପରେ ହିଁ ବିଏମସିକୁ ସୂଚନା ଦେଇଥିଲୁ […]

sara

Puspanjali Panda
  • Published: Tuesday, 14 July 2020
  • , Updated: 14 July 2020, 11:31 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା ହୋଇଛି। ସୋମବାର ବିଳମ୍ବିତ ରାତିରେ ସାରା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏ ବିଷୟରେ ଜଣାଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଡ୍ରାଇଭରଙ୍କୁ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।

https://www.instagram.com/p/CCl6OJoJDMh/?igshid=1oybxy549mz73

ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ମିଳିବା ପରେ ହିଁ ବିଏମସିକୁ ସୂଚନା ଦେଇଥିଲୁ ଏବଂ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି। ମୋ ପରିବାର ଓ ଘରେ ଥିବା ଅନ୍ୟ ଷ୍ଟାଫ୍‌ଙ୍କର ରିପୋର୍ଟ ନେଗେଟିଭ ଆସିଛି। ଆମେ ସମସ୍ତେ ଘରେ କରୋନା କଟକଣା ମଧ୍ୟରେ ରହୁଛୁ। ବିଏମସି ଦେଇଥିବା ଗାଇଡଲାଇନକୁ ମାନୁଛୁ। ଧନ୍ୟବାଦ।'

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଜୟା ବଚ୍ଚନ ଓ ସେମାନଙ୍କର ୨୬ ଜଣ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

Related story