ନିଜ କଫିନ୍‌ର ଟଙ୍କା ବି ଦେଇ ଯାଇଥିଲେ ସରୋଜ୍‌ ଖାନ୍‌ !

ମୁମ୍ୱାଇ : ବଲିଉଡ୍‌ର ଦିବଙ୍ଗତ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କର ଗୁରୁବାର ବିଳମ୍ୱିତ ରାତିରେ ହାର୍ଟ ଆଟାକ୍‌ ଯୋଗୁଁ ମୃତ୍ୟୁ ହୋଇଛି। ଯାହାକୁ ନେଇ ବଲିଉଡ ସେଲେବ୍ରିଟିଙ୍କ ମଧ୍ୟରେ ଶୋକର ଛାୟା ଦେଖିବାକୁ ମିଳିଛି। ଜୀବନରେ ସଂଘର୍ଷର ସ୍ୱାଦ ଚାଖିବା ପରେ ସରୋଜ ଖାନ୍‌ ବଲିଉଡ୍‌ରେ ସଫଳତାର ଶିଡ଼ି ଚଢ଼ିଥିଲେ। କହିବାକୁ ଗଲେ ତାଙ୍କ ଜୀବନ ସଂଘର୍ଷମୟ ଥିଲା। ନିକଟରେ ସରୋଜଙ୍କ ସାନ ଝିଅ ସୁକୈନା ନାଗପାଲ୍‌ ଏକ ଇଣ୍ଟରଭ୍ୟୁରେ ମା’ ସରୋଜଙ୍କୁ ନେଇ କିଛି ସ୍ମୃତି ଶେଆର୍‌ […]

s1

s1

Puspanjali Panda
  • Published: Sunday, 05 July 2020
  • Updated: 05 July 2020, 04:17 PM IST

Sports

Latest News

ମୁମ୍ୱାଇ : ବଲିଉଡ୍‌ର ଦିବଙ୍ଗତ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କର ଗୁରୁବାର ବିଳମ୍ୱିତ ରାତିରେ ହାର୍ଟ ଆଟାକ୍‌ ଯୋଗୁଁ ମୃତ୍ୟୁ ହୋଇଛି। ଯାହାକୁ ନେଇ ବଲିଉଡ ସେଲେବ୍ରିଟିଙ୍କ ମଧ୍ୟରେ ଶୋକର ଛାୟା ଦେଖିବାକୁ ମିଳିଛି। ଜୀବନରେ ସଂଘର୍ଷର ସ୍ୱାଦ ଚାଖିବା ପରେ ସରୋଜ ଖାନ୍‌ ବଲିଉଡ୍‌ରେ ସଫଳତାର ଶିଡ଼ି ଚଢ଼ିଥିଲେ। କହିବାକୁ ଗଲେ ତାଙ୍କ ଜୀବନ ସଂଘର୍ଷମୟ ଥିଲା। ନିକଟରେ ସରୋଜଙ୍କ ସାନ ଝିଅ ସୁକୈନା ନାଗପାଲ୍‌ ଏକ ଇଣ୍ଟରଭ୍ୟୁରେ ମା’ ସରୋଜଙ୍କୁ ନେଇ କିଛି ସ୍ମୃତି ଶେଆର୍‌ କରିଛନ୍ତି।

ସେ କହିଛନ୍ତି, ‘ତାଙ୍କ ମା’ ଜଣେ ଭଲ ହୃଦୟର ମଣିଷ ସହ ପରିଶ୍ରମୀ ଓ ସ୍ୱାଭିମାନୀ ମହିଳା ଥିଲେ। ଏମିତିକି ନିଜର ଅନ୍ତିମ ସଂସ୍କାର ପାଇଁ ସେ ଟଙ୍କା ଦେଇ ଯାଇଛନ୍ତି। ମା’ ଏପରି ଜଣେ ସ୍ୱାଭିମାନୀ ମହିଳା ଥିଲେ ଯେ ସେ କାହାର ଟଙ୍କା ବାକି ରଖିବାକୁ ପସନ୍ଦ କରୁନଥିଲେ। ଯେବେ ମା’ଙ୍କର ଅନ୍ତିମ ସଂସ୍କାର ହୋଇଥିଲା, କବରିସ୍ତାନକୁ ଟଙ୍କା ନେବା ପାଇଁ ମୁଁ ଓ ମୋ ସ୍ୱାମୀ ଭୁଲି ଯାଇଥିଲୁ। ତେଣୁ କଫିନ୍‌ର ଟଙ୍କା ଦେବା ପାଇଁ ଆମ ପାଖରେ କିଛି ନଥିଲା। ଡ୍ରାଇଭର ପାଖରେ ମଧ୍ୟ ଟଙ୍କା ନଥିଲା। ସେହି ସମୟରେ ହଠାତ୍‌ ମୁଁ ମୋ ପର୍ସ ଚେକ୍‌ କରିଥିଲି, ସେଥିରୁ ୩ ହଜାର ଟଙ୍କା ମିଳିଥିଲା। ଯାହାକୁ ମା’ ହିଁ କୌଣସି କାମ ପାଇଁ ମୋତେ ଦେଇଥିଲେ। ଲକଡାଉନ ପୂର୍ବରୁ ଏହି ଟଙ୍କା ମୋତେ ମା’ ଦେଇଥିଲେ। ବୋଧହୁଏ ଆମକୁ ଛାଡ଼ି ଚାଲିଯିବେ ବୋଲି ମା’ ଜାଣିଥିଲେ। ସେଥିପାଇଁ କଫିନ୍‌ର ଟଙ୍କା ପୂର୍ବରୁ ମୋତେ ଦେଇ ଯାଇଥିଲେ।’

ସୁକୈନା ଆହୁରି ମଧ୍ୟ କହିଛନ୍ତି, ‘ମୋ ମା’ ଜଣେ ଫାଇଟର୍‌ ଥିଲେ। ଦୁନିଆ ସହିତ ଲଢ଼ିବା ଏବଂ ଅସମୟରେ ଦୃଢ଼ ହୋଇରହିବା ମା’ ଆମକୁ ଶିଖାଇଛନ୍ତି। ମୋ ସାନ ଝିଅର ଜନ୍ମ ମା’ଙ୍କ ଜନ୍ମଦିନରେ ହିଁ ହୋଇଥିଲା। ଯେବେ ମା’ ଆମ ଘରକୁ ଆସନ୍ତି, ବ୍ୟାଗ୍‌ ଫୁଲ୍‌ କରି ଫଳ ଆଣିଥା’ନ୍ତି। ମା’ ଯେଉଁ ଦୋକାନରୁ ଫଳ ଆଣିବା ପାଇଁ ଯାଆନ୍ତି, ସେ ଦୋକାନୀ ମା’ଙ୍କଠାରୁ ଫଳର ଦାମ୍‌ ଅଧିକ ନେଇଥାଏ। ହେଲେ ମା’ କେବେ ବି ଫଳର ମୂଲ୍ୟ କମ୍‌ କରିବା ପାଇଁ ଦୋକାନୀକୁ କୁହନ୍ତି ନାହିଁ। ମା’ଙ୍କ କହିବା ଅନୁସାରେ ଗରିବ ଲୋକଙ୍କ ଟଙ୍କା କାଟିବା ଠିକ୍‌ ନୁହେଁ। ଗରିବକୁ ବି ପରିବାର ଚଳାଇବାକୁ ପଡ଼ିଥାଏ। ସେ ଆମକୁ ଲୁଟିବ ନାହିଁ ତ କାହାକୁ ଲୁଟିବ।

ସୂଚନାଯୋଗ୍ୟ, ସରୋଜ ଖାନ୍ ହିନ୍ଦୀ ସିନେମା ଜଗତର ଜଣେ ଲୋକପ୍ରିୟ କୋରିଓଗ୍ରାଫର ଥିଲେ। ପାଖାପାଖି ୨୦୦୦ ଗୀତରେ ସେ କୋରିଓଗ୍ରାଫି କରିଛନ୍ତି। ‘ଏକ ଦୋ ତିନ୍ ଚାର୍’, ‘ଧକ୍ ଧକ୍ କରନେ ଲଗା’, ‘ହୱା ହବାଇ’, ‘ମେରେ ହାଥୋ ମେଁ ନ ନୋ ଚୁଡିଆଁ’, ‘ତମ୍ମା ତମ୍ମା’, ‘ଜରା ସା ଝୁମ୍ ଲୁଁ ମେଁ’, ‘ୟେ ଇସ୍କ ହାଏ’ ପରି ହିଟ୍ ଗୀତର ସେ କୋରିଓଗ୍ରାଫି କରିଛନ୍ତି। ସେ ୩ ଥର ନ୍ୟାସନାଲ୍ ଆୱାର୍ଡ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos