Advertisment

ସତୀଶଙ୍କ ମୃତ୍ୟୁ ସହ ରହିଛି ଦାଉଦ ପୁଅର ସମ୍ପର୍କ? ସାମ୍ନାକୁ ଆସିଲା ଫଟୋ

ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Dawood ibrahim son at vikas malus party

Dawood ibrahim son at vikas malus party

ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶ ସତୀଶ କୌଶିକଙ୍କ ମୃତ୍ୟୁକୁ ଏବେ ଏକ ସପ୍ତାହ ମଧ୍ୟ ପୂରିନି। କିନ୍ତୁ ଏହାକୁ ପୂର୍ବରୁ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ପ୍ରଥମେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ସତୀଶଙ୍କ ମୃତ୍ୟୁ ସହ ଦାଉଦର ପୁଅର ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଏନେଇ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କୁହାଯାଉଛି ଯେ ଗତବର୍ଷ ଅଗଷ୍ଟ ୨୩ରେ ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପୁଅର ଜନ୍ମଦିନ ପାର୍ଟି ଦୁବାଇରେ ହୋଇଥିଲା। ସେଠ‌ାକୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁଅ ଅନସ ଆସିଥିଲା। ଏକଥା ବିକାଶ ତାଙ୍କୁ କହିଥିଲେ ବୋଲି ପତ୍ନୀ ସାନଭୀ ପୁଲିସ ଆଗରେ କହିଛନ୍ତି। 

ସାନଭୀ ପୁଲିସକୁ ଦେଇଥିବା ବୟାନ ମୁତାବକ, ଏହି ପାର୍ଟିରେ ସତୀଶ କୌଶିକ ମଧ୍ୟ ଯୋଗ ଦେଇଥିଲେ। ତେବେ ଏହି ପାର୍ଟି ପୂର୍ବରୁ ସତୀଶ ବିକାଶଙ୍କ ଘରକୁ ଯାଇଥିଲେ। ସେଠାରେ ୧୫କୋଟି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସାନଭୀ ଦାବି କରିଛନ୍ତି। ଏବେ ପାର୍ଟିର ଫଟୋ ଭାଇରାଲ ହେଉଥିବା ବେଳେ ସତୀଶଙ୍କ ମୃତ୍ୟୁ ସହ ଦାଉଦ ପୁଅର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment

ପ୍ରକୃତରେ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ସାନଭୀଙ୍କ ଅଭିଯୋଗ ପରେ ଏହା ନୂୂଆ ମୋଡ ନେଇଛି। ସତୀଶଙ୍କ ମୃତ୍ୟୁକୁ ନେଇ ନିଜ ସ୍ୱାମୀଙ୍କ ନାଁରେ ସାନଭୀ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ତାଙ୍କ ସ୍ୱାମୀ ହିଁ ସତୀଶଙ୍କୁ ଷଡ଼ଯନ୍ତ୍ର କରି ମାରିଥିବା ସେ ଚିଠି ଲେଖି ଅଭିଯୋଗ ଆଣିବା ପରେ ପୁଲିସ ସବୁ ଦିଗକୁ ନେଇ ତଦନ୍ତ କରୁଥିବା କହିଛି। ସାନଭୀଙ୍କ ଚିଠି ସତୀଶଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ବଢ଼ାଇଥିବା ବେଳେ ପ୍ରକୃତ ସତ ଖୋଜିବାରେ ଲାଗିପଡ଼ିଛି ପୁଲିସ।

Bollywood News Bollywood Satish Kaushik