Advertisment

ବଲିଉଡ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୃର ତଦନ୍ତ ଆରମ୍ଭ

ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି।

undefined

Satish Kaushik

Advertisment

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ତେବେ ଏହି ଘଟଣାରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ସତୀଶଙ୍କ ମୃତ୍ୟୁ ପଛରେ କୌଣସି ରହସ୍ୟ ନଥିବା ପୁଲିସ କହିଛି। ଗୁରୁବାର ସତୀଶ ଦିଲ୍ଲୀସ୍ଥିତ ତାଙ୍କ ବନ୍ଧୁଙ୍କ ବାଷଭବନରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସତୀଶଙ୍କୁ ଯେଉଁମାନେ ହସପିଟାଲକୁ ଆଣିଥିଲେ, ପୁଲିସ ସେମାନଙ୍କୁ ପଚରାଉଚରା କରିଛି। ଦିଲ୍ଲୀର ଫୋରଟିସ୍‌ ହସପିଟାଲରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଥିଇଥିଲା। ତେବେ ତାଙ୍କ ଶରୀରରେ ସେମିତି କିଛି ଗୁରୁତର ଆଘାତ ନଥିବା ହସପିଟାଲ ପକ୍ଷରୁ ସୂଚନା ମିଲିଛି। ପ୍ରାଥମିକ ଅବସ୍ଥାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସତୀଶଙ୍କ ମୃତ୍ୟୁ ହୃଦଘାତଜନିତ୍ ହୋଇଥିବା ଜଣାପଡ଼ିଛି।

Advertisment

ତେବେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇର ଭର୍ସୋବାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ସତୀଶଙ୍କ ପାର୍ଥିବ ଶରୀର ବ୍ୟବଚ୍ଛେଦ ପରେ ମୁମ୍ବାଇ ଅଭିମୂଖେ ବାହାରିଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ମୁମ୍ବାଇ ସ୍ଥିତ ବାସଭବନକୁ ନିଆଯିବ। ଏହାପରେ ସେଠାରେ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ।ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ।

ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ଓ ପୁନେର ଏଫ୍‌ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ୍‌ଲକ୍ଷ୍ମଣ, ସାଜନ୍‌ ଚଲେ ଶଶୁରାଲ ଆଦି ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ। ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ, ଚୋରୋଁକା ରାଜା ଚଳଚ୍ଚିତ୍ରରୁ ସେ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe