Advertisment

ସତୀଶଙ୍କ ରିୟଲ ଲାଇଫ୍‌ ଥିଲା ଦୁଃଖଦାୟକ, ୨ ବର୍ଷୀୟ ପୁଅର ମୃତ୍ୟୁ ଦେଇଥିଲା ଶକ୍ତ ଧକ୍କା

ବିବାହର ପ୍ରାୟ ୧୦ ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ଛୁଆଟି ୨ ବର୍ଷର ହୋଇଥିବା ବେଳେ ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲା।

satish kaushik with family

satish kaushik with family

Advertisment

ବଡ଼ ପରଦାରେ ଦର୍ଶକଙ୍କୁ ହସାଇ ହସାଇ ନାକେଦମ କରୁଥିବା ସତୀଶ କୌଶିକଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଥିଲା ଖୁବ୍‌ କଷ୍ଟଦାୟକ। ମାତ୍ର ୬୬ ବର୍ଷ ବୟସରେ ପତ୍ନୀ ଶଶୀ କୌଶିକ ଓ ୧୧ ବର୍ଷୀୟା ଝିଅ ବଂଶିକା କୌଶିକଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ସତୀଶ।

Advertisment

ପ୍ରାୟ ଶହେରୁ ଅଧିକ ଫିଲ୍ମରେ ନିଜ ଅଭିନୟ ଛାପ ଛାଡ଼ିଥିବା ସତୀଶଙ୍କୁ ୧୯୮୭ରେ ରିଲିଜ ହୋଇଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର କ୍ୟାରେକ୍ଟର ହିଁ ଘରେ ଘରେ ପରିଚିତ କରିଥିଲା। ଏହା ପୂର୍ବରୁ ୧୯୮୫ ମସିହାରେ ଶଶୀଙ୍କୁ ନିଜ ଜୀବନସାଥୀ ରୂପେ ବାଛିଥିଲେ ସତୀଶ । ବିବାହର ପ୍ରାୟ ୧୦ ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ଛୁଆଟି ୨ ବର୍ଷର ହୋଇଥିବା ବେଳେ ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲା। ଏହା ସତୀଶଙ୍କୁ ଖୁବ୍‌ ଶକ୍ତ ଧକ୍କା ଦେଇଥିଲା। ଏଥିରୁ ବାହାରିବାକୁ ତାଙ୍କୁ ବହୁ ଦିନ ଲାଗିଥିଲା। ମାତ୍ର ଏହା ମଧ୍ୟରେ ବି ନିଜ ଦୁଃଖକୁ ଚାପି ରଖି ପରଦାରେ ସେ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଉଥିଲେ।

satish-kaushik with falimyପରିବାର ସହ ସତୀଶ କୌଶିକ ।

ପୁଅ ମୃତ୍ୟୁର ପ୍ରାୟ ୧୬ ବର୍ଷ ପରେ ୨୦୧୨ ମସିହାରେ ସରୋଗେସି ମାଧ୍ୟମରେ ସତୀଶଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ସତାଶଙ୍କ ଝିଅ ବଂଶୀକାଙ୍କୁ ଏବେ ମାତ୍ର ୧୧ ବର୍ଷ । ବଂଶୀକା ନିଜ ବାପାଙ୍କ ପରି ଖୁବ୍‌ ଟ୍ୟାଲେଣ୍ଟର ତଥା ଜଣେ ପପୁଲାର ସୋଶାଲ ମିଡିଆ ଷ୍ଟାର । ଖୁବ୍‌ ଭଲ ପାଠ ପଢ଼ୁଥିବା ବଂଶିକା ନିଜ ପିତାଙ୍କ ପରି ଆକ୍ଟିଂକୁ ବି ଖୁବ୍‌ ପସନ୍ଦ କରନ୍ତି। ଫ୍ୟାମିଲି ସହ ରିଲ୍‌ କରି ସେ ପୋଷ୍ଟ କରୁଥିବା ବେଳେ ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥାନ୍ତି। ଏକ୍ସପ୍ରେସନ ସାଙ୍ଗକୁ ଲିପ୍‌ ସିଙ୍କରେ ବି ସେ ଖୁବ୍‌ ମାହିର। ମାତ୍ର ବାପାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବଂଶିକା।

Advertisment

ସତୀଶ ଜଣେ ଫ୍ୟାମିଲି ମ୍ୟାନ ଭାବେ ପରିଚିତ ଥିବା ବେଳେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ବି ଖୁବ୍‌ ଜବରଦସ୍ତ । ରୁପ୍ କି ରାନୀ , ଚୋରୋ କା ରାଜା ଫିଲ୍ମରେ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପାଦ ଦେଇଥିଲେ । ୧୯୯୭ର ଫିଲ୍ମ ‘ଦିୱାନା ମସ୍ତାନା’ରେ ପପୁ ରୋଲ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ମୋଡ଼ । ୧୯୯୦ ରେ ‘ରାମ୍ ଲଖନ’ ଓ ୧୯୯୭ରେ ‘ସାଜନ ଚଲେ ସସୁରାଲ୍’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ହ୍ୟାସ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ସତୀଶ। ତାଙ୍କ ଅଭିନୀତ ତେରେନାମ, କର୍ଜ, ହାମରା ଦିଲ୍ ଆପକେ ପାସ୍ ହେ, ହମ୍ ଆପକେ ଦିଲ ମେ ରେହେତ ହେ, ମୁଝେ କୁଛ କେହେନା ହେ ପାଇଁ ଆଜିବି ଅଗଣିତ ଦର୍ଶକ ତାଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି। ବଲିଲଭରଙ୍କ ମନରେ ବସାଇଛି ।

Entertainment Bollywood Satish Kaushik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe