Advertisment

ଆଉ ନାହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ

ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Satish Kaushik

ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର। ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ସତୀଶଙ୍କ ପରଲୋକ ନେଇ ସାଥୀ କଳାକାର ଅନୁପମ ଖେର ଟୁଇଟ୍ କରି ସୂଚନା ଦେଇଛନ୍ତି। ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି କହିଛନ୍ତି ଅନୁପମ ଖେର। ସେହିରପି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସତୀଶଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ସତୀଶ ୧୦ରୁ ଊର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି। ୧୯୫୬ ମସିହାରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ସତୀଶ କୌଶିକ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ ସତୀଶ।

Advertisment

ହିଟ୍  ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ କ୍ୟାଲେଣ୍ଡର ଚରିତ୍ର ଭୂମିକାରେ ଅଭିନୟ କରିଥିଲେ। ‘ରାମ ଲଖନ’, ‘ଦିୱାନା ମସ୍ତାନା’, ‘ସାଜନ ଚଲେ ସସୁରାଲ’, ‘ହଦ କର ଦି ଆପନେ’ରେ ତାଙ୍କର ଅଭିନୟକୁ ଦର୍ଶକ ଅନେକ ପ୍ରଶଂସା କରିଛନ୍ତି। ‘ରାମ ଲଖନ’ ଏବଂ ‘ସାଜନ ଚଲେ ସସୁରାଲ’ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା।

୧୯୮୩ର ଫିଲ୍ମ ‘ଜାନେ ଭି ଦୋ ୟାରୋ’ର ସେ ସଂଳାପ ଲେଖକ ଥିଲେ। ‘ହମ ଆପ କେ ଦିଲ୍ ମେ ରେହତେ ହେଁ’ ଥିଲା ତାଙ୍କର ପ୍ରଥମ ନିର୍ଦେଶିତ ଫିଲ୍ମ। ସଲମାନଙ୍କ ‘ତେରେ ନାମ’ ଭଳି ଫିଲ୍ମର ନିର୍ଦ୍ଦେଶନାରୁ ବେଶ ପ୍ରଶଂସା ସାଉଁଟିଥିଲେ ସତୀଶ କୌଶିକ। ତାଙ୍କର ଶେଷ ଫିଲ୍ମ ଥିଲା ‘ଛତ୍ରିୱାଲି’। 

ସେପଟେ ସତୀଶ କୌଶିକଙ୍କ ଦେହାନ୍ତକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି, ଭର୍ସଟାଇଲ ଆକ୍ଟର ସତୀଶ କୌଶିକ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ସେ ଅନେକ ସଫଳ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ପରଦାରେ ତାଙ୍କ କମେଡି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ବଲିଉଡର ଜଣେ ଦକ୍ଷ କଳାକାରଙ୍କ ବିୟୋଗରେ ସେ ଗଭୀର ମର୍ମାହତ ବୋଲି ଟ୍ୱିଟ୍ କରିଛନ୍ତି। 

Bollywood News Bollywood Satish Kaushik