Advertisment

ପର୍ଣ୍ଣ ଫିଲ୍ମ ମାମଲା: ରାଜ କୁନ୍ଦ୍ରା, ଶରଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କୁ ଜାମିନ

ନୂଆଦିଲ୍ଲୀ: ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ଫସିଥିବା ରାଜ କୁନ୍ଦ୍ରା, ପୁନମ ପାଣ୍ଡେ, ଶରଲିନ ଚୋପ୍ରା ଓ ଉମେଶ କାମାତଙ୍କୁ ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେଇଛନ୍ତି। ତେବେ ଅଭିଯୁକ୍ତମାନେ ତଦନ୍ତରେ ସବୁ ପ୍ରକାରର ସହଯୋଗ କରିବେ ଓ ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ଯେତେବେଳେ ବି ଡାକିବେ, ସମସ୍ତ ଉପସ୍ଥିତ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେବା ପରେ ସମସ୍ତ ଅଭିଯୁକ୍ତ ନିୟମିତ ଜାମିନ ପାଇଁ ମୁମ୍ବାଇର ଗୋଟିଏ ଟ୍ରାଏଲ କୋର୍ଟରେ ଆବେଦନ […]

ପର୍ଣ୍ଣ ଫିଲ୍ମ ମାମଲା: ରାଜ କୁନ୍ଦ୍ରା, ଶରଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କୁ ଜାମିନ

raj

Advertisment

ନୂଆଦିଲ୍ଲୀ: ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ଫସିଥିବା ରାଜ କୁନ୍ଦ୍ରା, ପୁନମ ପାଣ୍ଡେ, ଶରଲିନ ଚୋପ୍ରା ଓ ଉମେଶ କାମାତଙ୍କୁ ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେଇଛନ୍ତି। ତେବେ ଅଭିଯୁକ୍ତମାନେ ତଦନ୍ତରେ ସବୁ ପ୍ରକାରର ସହଯୋଗ କରିବେ ଓ ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ଯେତେବେଳେ ବି ଡାକିବେ, ସମସ୍ତ ଉପସ୍ଥିତ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେବା ପରେ ସମସ୍ତ ଅଭିଯୁକ୍ତ ନିୟମିତ ଜାମିନ ପାଇଁ ମୁମ୍ବାଇର ଗୋଟିଏ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି।

Advertisment

ରାଜ କୁନ୍ଦ୍ରା, ଶେରଲିନ ଚୋପ୍ରା, ପୁନମ ପାଣ୍ଡେ ଓ ଉମେଶ ପର୍ଣ୍ଣଗ୍ରାଫି ଭିଡିଓଗୁଡ଼ିକର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ନାଁରେ ଏଫଆଇଆର ରୁଜୁ ମଧ୍ୟ କାରାଯାଇଇଥିଲା। ରାଜ କୁନ୍ଦ୍ରା ଓ ପୁନମ ପାଣ୍ଡେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କରିଛନ୍ତି।

ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି, ସବୁ ପକ୍ଷଙ୍କୁ ଶୁଣିବା ପରେ ଆମ ମତାମତ ହେଲା ଆବେଦନକାରୀ ମାନଙ୍କୁ ଅନ୍ତରୀଣ ଜାମିନ ମିଳିବା ଉଚିତ।”

Advertisment

ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜ କୁନ୍ଦ୍ର ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ମହାରାଷ୍ଟ୍ର ସାଇବର ପୁଲିସ ଦାଖଲ କରିଥିବା ଚାର୍ଜଶିଟରେ କହିଛି ଯେ “ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି ବିଷୟବସ୍ତୁ ତିଆରି କରୁଥିଲେ ଓ ଏହାକୁ ଓଟିଟି ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ।”

ଆଜି ଶୁଣାଣି ବେଳେ ଜଷ୍ଟିସ କେଏମ ଯୋଶେଫ କହିଛନ୍ତି, “ଆମର ବିବ୍ରତା ଏହା ଯେ ଯଦି ଏପରି କେସ୍‌ରେ କୋର୍ଟ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିପାରିବେ, ତା’ହେଲେ ଏହା କେଉଁ ପ୍ରକାରର ବାର୍ତ୍ତା ଦେବ? ଆପଣ ନିୟମିତ ଜାମିନ ପାଇଁ କୋର୍ଟକୁ ଯିବା ଯାଏ ଆମେ ଆପଣଙ୍କୁ ସୁରକ୍ଷା ଦେଇପାରିବୁ।”

ରାଜ କୁନ୍ଦ୍ରାଙ୍କ ଓକଲିତ ନିଜର ପକ୍ଷ ରଖି କହିଥିଲେ ସେ ଆଇଟି ଆକ୍ଟର ସେକସନ ୬୭ ଓ ୬୭ଏ ଅପରାଧ ସଂପୂର୍ଣ୍ଣ ଭାବେ ଭିନ୍ନ। ଦୁଇ ଜଣ ମହିଳା ଗୋଟିଏ ଓଟିଟି ପ୍ଲାଟଫର୍ମରେ କିଛି ଭିଜୁଆଲ ଦେଇଥିଲେ। ଏହା ଅଶ୍ଳୀଳ ଥିଲା ବୋଲି ଅଭିଯୋଗ ହୋଇଛି।

ଯଦି ଏହା କେବଳ ଅଶ୍ଳୀଳ, ତା’ହେଲେ ଜାମିନ ମିଳିବ। ଯଦି ଏହା ସ୍ପଷ୍ଟ ଭାବେ ଯୌନ କାର୍ଯ୍ୟକଳାପ, ତା’ହେଲେ ଜାମିନ ମିଳିବ ନାହିଁ। ଏଠାରେ ଯୌନ କାର୍ଯ୍ୟକଳାପର କୌଣସି ପ୍ରମାଣ ମିଳିନି। ଅଭିଯୋଗ ଏହା ଯେ ଦୁଇ ଜଣ ମହିଳା ସେମାନଙ୍କ ଅଙ୍ଗ ପ୍ରଦର୍ଶନ କରିଛନ୍ତି। ଯଦି ଜଣେ ଉଲଗ୍ନ ହେଉଛି, ତା’ହେଲେ ଏହା ଯୌନ କାର୍ଯ୍ୟକଳାପ ମଧ୍ୟରେ ଆସୁନାହିଁ। ତେଣୁ ଧାରା ୬୭ଏ ଲାଗୁ କରିବାର କୌଣସି କାରଣ ନାହିଁ ବୋଲି କୁନ୍ଦ୍ରାଙ୍କ ଓକିଲ କହିଛନ୍ତି।

ଜଷ୍ଟିସ ନାଗରତ୍ନା ଏହା ଶୁଣି କହିଥିଲେ ଯେ “ଏହା କ’ଣ ଯୌନ କାର୍ଯ୍ୟକଳାପ ନୁହେଁ?” ଏହାର ଜବାବ ଦେଇ କୁନ୍ଦ୍ରାଙ୍କ ଓକିଲ କହିଛନ୍ତି, “ଦୁଇ ଜଣ ସାମିଲ ଥିଲେ। ମୁଁ ନଥିଲି। ଅନ୍ୟ ଜଣଙ୍କୁ ଜାମିନ ମିଳିଛି। ତେଣୁ ଆଉ ଜଣଙ୍କୁ ମଧ୍ୟ ଜାମିନ ମିଳିବା ଦରକାର।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe