Advertisment

The Kerala Story ଉପରେ ଲାଗିଥିବା ବ୍ୟାନକୁ ହଟାଇଲେ ସୁପ୍ରିମକୋର୍ଟ

ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁରକ୍ଷିତ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଖରାପ ଫିଲ୍କ ବକ୍ସ ଅଫିସରେ ବିସ୍ଫୋରଣ କରିଛି। ସାଧାରଣ ଅସହିଷ୍ଣୁତାର ଗୁରୁତ୍ୱ ବୃଦ୍ଧି କରିବା ପାଇଁ ଆଇନଗତ ବ୍ୟବସ୍ଥାର ବ୍ୟବହାର କରାଯାଇ ପାରିବ ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
The Kerala Story

The Kerala Story

ବିବାଦୀୟ ଫିଲ୍ମ The Kerala Storyକୁ ବଡ଼ ଆଶ୍ୱସ୍ତି। ଏହାର ରିଲିଜ ଉପରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନକୁ ଆଜି ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ମେ’ ୮ରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଇଥିଲେ। ଏହା ମିଥ୍ୟା ତଥ୍ୟ ଉପରେ ଆଧାରିତ ହୋଇଥିବା ବେଳେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ଫିଲ୍ମକୁ ତିଆରି କରାଯାଇଥିବା ପଶ୍ଚିମବଙ୍ଗ ସରକାର କହିଥିଲେ। ଏହା ବିରୋଧରେ ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟ ଯାଇଥିଲେ।

Advertisment

ଆଜି ସୁପ୍ରିମକୋର୍ଟ ବେଙ୍ଗଲ ସରକାର ଲଗାଇଥିବା ବ୍ୟାନ ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଏବେ ହଲ ମାଲିକମାନେ The Kerala Storyର ପ୍ରଦର୍ଶନ ସର୍ବସାଧାରଣରେ କରିପାରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠନ ହୋଇଥିବା ଖଣ୍ଡପୀଠ କହିଛନ୍ତି ଯେ ଫିଲ୍ମଟି ରିଲିଜି ପାଇଁ ସିବିଏଫସି ଠାରୁ ପ୍ରମାଣପତ୍ର ପାଇଛି।

ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁରକ୍ଷିତ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଖରାପ ଫିଲ୍କ ବକ୍ସ ଅଫିସରେ ବିସ୍ଫୋରଣ କରିଛି। ସାଧାରଣ ଅସହିଷ୍ଣୁତାର ଗୁରୁତ୍ୱ ବୃଦ୍ଧି କରିବା ପାଇଁ ଆଇନଗତ ବ୍ୟବସ୍ଥାର ବ୍ୟବହାର କରାଯାଇ ପାରିବ ନାହିଁ। ଅନ୍ୟଥା ସବୁ ସିନେମା ନିଜକୁ ସେହି ସ୍ଥାନରେ ପାଇବେ। ଖଣ୍ଡପୀଠରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲା ରହିଥିଲେ।

Advertisment

ଖଣ୍ଡପୀଠ ଶୁଣାଣି ବେଳେ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଫିଲ୍ମକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଆଇନତଃ ଅସିଦ୍ଧ। ସେହିପରି ତାମିଲନାଡୁ ସରକାର ଏହି ସିନେମାର ସ୍କ୍ରିନିଂ ପାଇଁ ପ୍ରତି ସିନେମା ହଲରେ ଅତିରକ୍ଷା ସୁରକ୍ଷାକର୍ମୀ ଯୋଗାଇ ପାରିବେ।

ଯେଉଁମାନେ ସିନେମା ଦେଖିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ବି କରିପାରିବେ। ତାମିଲନାଡୁ କିମ୍ବା ଏହାର ଅଫିସରଙ୍କ ସମେତ ପୁଲିସ୍‌ ପକ୍ଷରୁ ସିନେମାର ସ୍କ୍ରିନିଂକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

କେରଳ ଓ ମାଡ୍ରାସ ହାଇକୋର୍ଟ ଫିଲ୍ମକୁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଏହା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ବେଳେ ଅର୍ଥାତ ଜୁଲାଇ ମାସରେ ଖଣ୍ଡପୀଠ The Kerala Storyକୁ ଦେଖିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ଆବେଦନକାରୀ ଓକିଲ ହୁଜେଫା ଅହମାଦି କହିଥିଲେ ଯେ ଫିଲ୍ମର ସ୍କ୍ରିନିଂ ସମ୍ଭବତଃ ସମାଜରେ ଭେଦଭାବ ସୃଷ୍ଟି କରିବ। ଏହା ଶାରୀରିକ ହିଂସା ହୁଏତ ସୃଷ୍ଟି କରି ନପାରେ। କିନ୍ତୁ ଏହାର କୁପ୍ରଭାବ ସମାଜରେ ବିଦ୍ୱେଷ ସୃଷ୍ଟି କରିବ। ଏହା ଶୁଣି ଖଣ୍ଡପୀଠ ଫ୍ରିସ୍ପିଚର ପାରାମିଟର କ’ଣ ସେକଥା କୁହାଯିବ ବୋଲି କହିଛନ୍ତି।

ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ଯେ ରାଜ୍ୟ ସରକାର କେବେ ହେଲେ ସିବିଏଫସି ପ୍ରମାଣପତ୍ରକୁ ନିଜ ଇଚ୍ଛା ଅନୁସାରେ ଚାପି ପାରିବେ ନାହିଁ। ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ନିଜର ପକ୍ଷ ରଖିଛନ୍ତି।

ସେ କହିଛନ୍ତି, ଫିଲ୍ମଟି ସମଗ୍ର ଦେଶରେ ରିଲିଜ ହୋଇଛି। ଏହା ବିରୋଧରେ କେବଳ ଭୟର ଅବସ୍ତାବ ଆକଳନ କରାଯାଉଛି। ଯେଉଁମାନେ ଫିଲ୍ମଟିକୁ ଦେଖିବାକୁ ଚାହୁଁ ନାହାନ୍ତି, ସେମାନେ ଏହା କରିପାରିବେ।

ତାଙ୍କ କଥା ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ଫିଲ୍ମ ପୂର୍ବରୁ ଦିଆଯାଉଥିବା ବିଶେଷ ବୈଧତାରେ କୁହାଯାଇ ପାରିବ ଯେ ଫିଲ୍ମ ନିର୍ମାତାଙ୍କ ପାଖରେ ୩୨ ହଜାର ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମର ଝିଅଙ୍କୁ ଇସଲାମରେ ଦୀକ୍ଷିତ କରାଯାଇଥିବା ଦାବିକୁ ପ୍ରମାଣ କରିବା ପାଇଁ କୌଣସି ପକ୍କା ତଥ୍ୟ ନାହିଁ। ଉକ୍ତ ଦାବି ସଂପୂର୍ଣ୍ଣ ଭାବେ କାଳ୍ପନିକ।

ଶୁକ୍ରବାର ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ବ୍ୟାନ ବିରୋଧରେ ହୋଇଥିବା ଆବେଦନ ଉପରେ ଜବାବ ରଖିବାକୁ ନୋଟିସ କରିଥିଲେ। ପଶ୍ଚିମବଙ୍ଗ ସରକାର ମେ’ ୫ରେ ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ୮ରେ ଏହାକୁ ବ୍ୟାନ କରିଥିଲେ। ତାମିଲନାଡୁ ସରକାର ସିନେମାକୁ ବ୍ୟାନ କରିଥିଲେ ହେଁ ଆଇନଶୃଙ୍ଖଳା ପରିସ୍ଥିତି ଭୟରେ ରାଜ୍ୟର କୌଣସି ହଲ The Kerala Storyର ସ୍କ୍ରିନିଂ କରି ନଥିଲେ।

Supreme Court The Kerala Story