jawan
କିଙ୍ଗ ଖାନଙ୍କ 'ପଠାନ'ର ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି 'ଯବାନ'। ଯେଉଁଥିରେ ରହିଛି କିଙ୍ଗ ଖାନଙ୍କ ଜବରଦସ୍ତ ଆକସନ। ‘ଯବାନ’ ଚଳଚ୍ଚିତ୍ରରେ ତାଙ୍କର ଦମ୍ଦାର ଅଭିନୟକୁ ଦର୍ଶକ ଖୁବଶୀଘ୍ର ଦେଖିବାକୁ ପାଇବେ। ସେହିପରି ଚଳିତ ବର୍ଷ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ୍’ ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଥିଲା।
ପୂର୍ବରୁ 'ଯବାନ' ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିଲା। ତେବେ ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହ ନାୟିକା ଭାବେ ନୟନତାରା ଏବଂ ସାଉଥ ସୁପରଷ୍ଟାର ବିଜୟ ସେଥୁପାତି, ସୁନୀଲ ଗ୍ରୋଭର, ପ୍ରିୟମାଣୀ, ସାନିଆ ମଲହୋତ୍ରା, ହାସ୍ୟ ଅଭିନେତା ଯୋଗୀ ବାବୁ, ଲେହର ଖାନ, ଆଶଲେଶା ଠାକୁର, ଋତୁଜା ସିନ୍ଦେ, ଆଲିଆ କୁରେଶୀ, କେନି ବସୁମାଟାରୀ, ରିଦ୍ଧି ଡୋଗ୍ରା, ସାଙ୍ଗେ ଟେଲଟ୍ରିମ, ଜାଫର ସାଦିକ, ରବି ରାଜ କାଦେନ, ଗିରିଜା ଓକ, ସଞ୍ଜୀତା ଭଟ୍ଟାଚାର୍ଯ୍ୟ ଏବଂ ସୁଖବିନ୍ଦର ଗ୍ରୋବାଲ ମୁଖ୍ୟ ଭୂମିକାରେ ନଜର ଆସିବେ।
'ଯବାନ' ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ସାଉଥ୍ ସିନେମାର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଆଟଲୀ ଦେଇଛନ୍ତି। ସେହିଭଳି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏହାର ପ୍ରଯୋଜନା କରିଥିବାବେଳେ ୨୨୦ କୋଟିରେ ପ୍ରସ୍ତୁତ ହୋଇଛି ଏହି ବିଗ ବଜେଟ୍ ଫିଲ୍ମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/jawan_1683889469.jpg)