କିଙ୍ଗ ଖାନ୍‌ଙ୍କ କ୍ରେଜ,  ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା 'ଜୱାନ'

ମୁମ୍ବାଇ: ଜାରି ରହିଛି କିଙ୍ଗ ଖାନ୍‌ଙ୍କ କ୍ରେଜ। କିଛି ଦିନର ବିରତି ପରେ ପୁଣି ଥରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ଶାହାରୁଖ। ଆସୁଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ଜୱାନ’। ତେବେ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହି ଟିଜରକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ଏହି ଟିଜରଟି ଚାରିଆଡେ ଚହଳ ପକାଇଥିଲା। ଶହାରୁଖଙ୍କ ଏଥିରେ ନୂଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା। […]

shah-rukh-khan

Madhupriya Mistry
  • Published: Wednesday, 29 June 2022
  • , Updated: 29 June 2022, 04:40 PM IST

ମୁମ୍ବାଇ: ଜାରି ରହିଛି କିଙ୍ଗ ଖାନ୍‌ଙ୍କ କ୍ରେଜ। କିଛି ଦିନର ବିରତି ପରେ ପୁଣି ଥରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ଶାହାରୁଖ। ଆସୁଛି ତାଙ୍କ ଅପ୍‌କମିଂ ଫିଲ୍ମ 'ଜୱାନ'। ତେବେ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହି ଟିଜରକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ଏହି ଟିଜରଟି ଚାରିଆଡେ ଚହଳ ପକାଇଥିଲା। ଶହାରୁଖଙ୍କ ଏଥିରେ ନୂଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା।

ଖୁବଶୀଘ୍ର ଶାହାରୁଖଙ୍କ ଏହି ଫିଲ୍ମଟି ପରଦାକୁ ଆସିବ। ତେବେ ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି। ଫିଲ୍ମ ଜୱାନଙ୍କୁ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ମୋଟା ଅଙ୍କ ଦେଇ କିଣି ନେଇଥିବା ସୂଚନା ମିଳିଛି।

ବଲିଉଡ ଲାଇଫର ଏକ ରିପୋର୍ଟ ମୁତାବକ, ଶାହରୁଖଙ୍କ ଫିଲ୍ମ ‘ଜୱାନ’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବ। ନିର୍ମାତାମାନେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସହିତ ୧୨୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି। କହିବାକୁ ଗଲେ ଜୱାନର ଡିଜିଟାଲ୍ ରାଇଟସ୍‌ ୧୨୦ କୋଟିରେ ବିକ୍ରି ହୋଇଛି।

ଅନ୍ୟପଟେ କିଙ୍ଗଖାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ‘ଜିରୋ’ ରିଲିଜ୍ ହେବା ପରେ ତାଙ୍କର କୌଣସି ଫିଲ୍ମ ବହୁ ବର୍ଷ ଧରି ରିଲିଜ୍ ହୋଇନଥିଲା। ବର୍ତ୍ତମାନ ଶାହାରୁଖ ଖାନ୍ ପୁଣି ଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି, ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

ଆସନ୍ତା ବର୍ଷ ଜୁନ୍ ୨ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ଏହାକୁ ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ ଓ କନ୍ନଡ ଭାଷାରେ ରିଲିଜ କରାଯିବ। ଏହି ଫିଲ୍ମରେ ପ୍ରଥମ କରି ଶାହାରୁଖ ଖାନ୍‌ ଓ ସାଉଥ ସୁନ୍ଦରୀ ନୟନତାରାଙ୍କ ଯୋଡିକୁ ଦେଖିବାକୁ ମିଳିବ।

Related story